ହାପି ବ୍ରେକ୍ ଅପ ଡେ
ହାପି ବ୍ରେକ୍ ଅପ ଡେ

1 min

257
ଯେଉଁ ଠାରେ ପ୍ରିୟା ଛାଡି ଯାଇଥିଲୁ
ସେଇଠି ହୋଇଛି ଠିଆ
ଉପହାର ମୋତେ ଦେଲୁ ଏମିତିକା
କାନ୍ଦୁଛି ଲୋ ମୋର ହିଆ
ଛଳନା କରିଲୁ ହୃଦୟ ଭାଙ୍ଗିଲୁ
ଦେଲୁ ଏମିତିକା ଧୋକା
ବିନା ଶ୍ରାବଣରେ ଭିଜୁଛି ହୃଦୟ
ଲାଗୁ ଅଛି ଏକା ଏକା
ହାତ ଛାଡି ଯଦି ଯିବାର ତୋ ଥିଲା
କରୁଥିଲୁ କାଇଁ ପ୍ରେମ
ଦିନଟେ ହସାଇ କନ୍ଦାଇଲୁ ମୋତେ
ଦେଖାଇ ମିଛ ସପନ
ଏତେ ସବୁ ପରେ ହୃଦୟ ମୋ କୁହେ
ଖୁସିରେ ରହିଥା ସଦା
ହସୁଥାଉ ତୋର ମଥାର ସିନ୍ଦୂର
ଘୁଞ୍ଚୁ ସବୁ ବିଘ୍ନ ବାଧା