STORYMIRROR

Jagabandhu Sahu

Others

4  

Jagabandhu Sahu

Others

ହାପି ବ୍ରେକ୍ ଅପ ଡେ

ହାପି ବ୍ରେକ୍ ଅପ ଡେ

1 min
265

ଯେଉଁ ଠାରେ ପ୍ରିୟା  ଛାଡି ଯାଇଥିଲୁ

     ସେଇଠି ହୋଇଛି ଠିଆ

ଉପହାର ମୋତେ  ଦେଲୁ ଏମିତିକା

     କାନ୍ଦୁଛି ଲୋ ମୋର ହିଆ

ଛଳନା କରିଲୁ  ହୃଦୟ ଭାଙ୍ଗିଲୁ

    ଦେଲୁ ଏମିତିକା ଧୋକା 

ବିନା ଶ୍ରାବଣରେ    ଭିଜୁଛି ହୃଦୟ

     ଲାଗୁ ଅଛି ଏକା ଏକା 

ହାତ ଛାଡି ଯଦି  ଯିବାର ତୋ ଥିଲା

     କରୁଥିଲୁ କାଇଁ ପ୍ରେମ 

ଦିନଟେ ହସାଇ  କନ୍ଦାଇଲୁ ମୋତେ

     ଦେଖାଇ ମିଛ ସପନ 

ଏତେ ସବୁ ପରେ ହୃଦୟ ମୋ କୁହେ

     ଖୁସିରେ ରହିଥା ସଦା

ହସୁଥାଉ ତୋର   ମଥାର ସିନ୍ଦୂର 

     ଘୁଞ୍ଚୁ ସବୁ ବିଘ୍ନ ବାଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍