STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଶେଷ ଦେଖା

ଶେଷ ଦେଖା

1 min
309

ଶେଷ ଦେଖା କରି   ଆସିବୁ ସଜନୀ 

    ଅବିର ଦେବୁ ଲୋ ବୋଳି 

ଶେଷ ବିଦାୟ ମୁଁ ନେଇ ଲୋ ଯାଉଛି 

      ରଖିବୁ ମୋ ଶେଷ ଅଳି


କୋକେଇରେ ମୁଁ   ଶୋଇଥିବି ପ୍ରିୟା

     ଚାଦରକୁ ଦେବୁ ଢାଳି 

ମଶାଣୀ ଅସିବୁ  ଥରଟେ ମୋ ପାଇଁ

    ଜୁଇ ମୋର ଦେବୁ ଜାଳି


ମୁଣ୍ଡ ଧୋଇ ପ୍ରିୟା  ଗାଧୋଇ ଆସିବୁ 

     ନଦୀରେ ପକାଇ ବୁଡ 

ସ୍ୱାମୀ ସାଥେ ସୁଖେ  ଜୀବନ କାଟିବୁ

     ମନକୁ କରି ତୁ ଦୃଢ 


କେହି ଯଦି ପ୍ରିୟା ପଚାରନ୍ତି ତୋତେ 

      କହିବୁ ଥିଲା ସପନ 

ଆମରି କଥାକୁ   ରଖିଥିବୁ ହୃଦେ

      କରି ତୁ ସଦା ଗୋପନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍