STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

1 min
240

କ୍ଷତ ବିକ୍ଷତ ଯେ   ହୃଦୟ ମୋହର

    ସାଥି ତୁମେ ଗଲା ପରେ

ବଞ୍ଚିଥାଇ ମଧ୍ଯ     ମରିବା ସମାନ

     ହୃଦୟ ଭାଙ୍ଗିଲେ ଥରେ

ଭଙ୍ଗା ହୃଦୟର   ଦରଦୀ କାହାଣୀ

     ତୁମେ କି ବୁଝିବ ପ୍ରିୟା

ନିଜ ସ୍ବାର୍ଥ ପାଇଁ  ହୃଦୟ ମୋ ଭାଙ୍ଗି

    ଲଗାଇଲ ମନେ ନିଆଁ

ସରଳିଆ ମନ  ଦେଖି ତୁମେ ମୋର

    ଖେଳିଲ ମୋହରି ସାଥେ

ମାୟାବିନୀ ଜାଲେ ଛନ୍ଧି ଦେଇ ମୋତେ

     ମାରିଦେଲ ନିଜ ହାତେ

ତଥାପି ମୋହର   ଏ ଭଙ୍ଗା ହୃଦୟ

     ଶୁଭ ମନାସୁଛି ନିତି

ଯେଉଁଠି ବି ଥାଅ  ଯେମିତି ବି ଥାଅ

     ସୁଖି ହୁଅ ବାର ମାସି

ମନେ ପଡିଗଲେ    ପଛ ଦିନ କଥା

    ଭିଜି ଯାଏ ଦୁଇ ଆଖି

ଏ ଭଙ୍ଗା ହୃଦୟେ   ତଥାପି ରଖିଛି

     ସାଇତି ତୁମରି ସ୍ମୃତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍