STORYMIRROR

subrat kumar jena

Drama

3  

subrat kumar jena

Drama

ଶେଷ ପ୍ରତିଶ୍ରୁତି

ଶେଷ ପ୍ରତିଶ୍ରୁତି

1 min
31

ପ୍ରତିଶ୍ରୁତିର ଧୂଆଁଳିଆ ଧୂଆଁଳିଆ ଆବରଣ,

ଦେଖି ସିନା ହୁଏନି ଏ ସାମାନ୍ୟ ନେତ୍ର ପଟ୍ଟରେ!

ହେଲେ ସେହିଁ ଏକା ଜାଣେ,

ଯେ ଦେଇଛି କାହାକୁ ଥରେ ପ୍ରତିଶ୍ରୁତି ପାହାଡ଼ପରି,

କେମିତି ଭୁଲିଯିବି କହିଲ!

ସେ ମହାନ ଦାନୀ ରାଜା ଅଙ୍ଗରାଜାଙ୍କୁ,

ତାଙ୍କ ପ୍ରତିଶ୍ରୁତି "ମାତା କୁନ୍ତୀଙ୍କୁ",

ସେ ଅଭୟ ବଚନ"ଯେମିତିବି ହେଉ ସଦା ବଂଚିରହିବେ ପାଞ୍ଚ ପାଣ୍ଡବ"

ବିନାଶକାରୀ ମାହାଯୁଦ୍ଧ ମହାଭାରତରେ.

ପ୍ରତିଶ୍ରୁତି -ଏକ ସେପରି ବି ଥିଲା,

ଯାହାର ନଗ୍ନ ଛାତି ଉପରେ ନାଚିଥିଲେ ସେମାନେ,

ଭାରତ ମାର ବକ୍ଷଦେଶକୁ ଦୁଇଭାଗରେ ବାଣ୍ଟି ନେଉ ନେଉ,

ଖୁସି କରୁଥିଲେ ଆସର ବି ଜମିଥିଲା ସଫଳତା ଲାଗି,

ହେଲେ ମାଟି ମାର ପ୍ରତିଶ୍ରୁତିକୁ କିଏବା ବୁଝୁଛି,

କେମିତି କେହି ଭୁଲିଯିବେ........

ସେ କଚେରୀ ପରିସରର ପବିତ୍ର ପ୍ରତିଶ୍ରୁତିକୁ,

ଯାହା ଲାଗି ସଂକଳ୍ପବଦ୍ଧ ଥିଲେ ସହିଦ ଭାଗତ ସିଂ,ଉଦମ ସିଂ,ରାଜଗୁରୁ,

କେମିତି କିଏ ଜାଣି ଜାଣି କରି ନଜର ଆଢୁଆଳ କରିଦେବ ସେ ଘଟଣା ଉପରୁ,

ନିଜ ବିସ୍ତାରବାଦୀ ଏକଛତ୍ର ଶାସନ ଲାଗି,

କ୍ରୁର ହିଟଲର, ସଦାମ ହୁସେନ ଓ ଆଜିର ଜୀନ ପିଙ୍ଗର କ୍ରୁର ନୀତିକୁ,

କିନ୍ତୁ ଆମେ ବି ଆଜି ଏକ ନୂଆ ପ୍ରତିଶ୍ରୁତିର ଉଦ୍ଭାସିତ.....

ସବୁ ଦୁଃଖ କଷ୍ଟ ଯନ୍ତ୍ରଣାକୁ ପାଦରେ ଆଡେଇ ଦେବାଲାଗି,

ନିଜର ଜ୍ଞାନ କୌଶଳ ବଳରେ ,

ନୂଆ ଭାରତର ନୂଆ ସ୍ଵପ୍ନକୁ ସାକାର କରିବାଲାଗି,

ଏ ଖାଲି କଣ ଶବ୍ଦର ପ୍ରତିଶ୍ରୁତିଟିଏ?

ନାଁ ବରଂ ଏହା ଅନ୍ତରାତ୍ମାରୁ ଜାଗ୍ରତ ଓଁ ଧ୍ୱନିଟିଏ........।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama