Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Pratihari

Drama Tragedy Others

3  

Sadananda Pratihari

Drama Tragedy Others

ବର୍ଷଣ ବିମୁଖ ଶ୍ରାବଣ

ବର୍ଷଣ ବିମୁଖ ଶ୍ରାବଣ

1 min
15



ନଭେ ମାଳ ମାଳ କଳା ବାଦଲ

ଧାରା ଶ୍ରାବଣ ଆକାଶେ

ବର୍ଷାର କିନ୍ତୁ ନାମ ଗନ୍ଧ ନାହିଁ

ଚାଷୀ ବସିଛି ହତାଶେ l

ଧାନ କ୍ଷେତ ଫାଟି ଆଁ କରିଲାଣି

ଚିତାଲାଗି ଏବେ ଗଲା

ମହାମାରୀ ଭୟେ ଶ୍ରାବଣ କ'ଣ

ସତରେ କି ଲୁଚିଗଲା l

ବୋଲବମ ଭକ୍ତ ଗଲେ ଅଟକି

ଶିବଙ୍କ ମନ୍ଦିରେ ତାଲା

ବର୍ଷଣ ବିମୁଖ ଶ୍ରାବଣ କ'ଣ

ସନ୍ଦେଶ କି ଦେଇଥିଲା ?

ଶ୍ରାବଣ ମାସରେ ମୁଷଳ ଧାରା

ଜଳାର୍ଣ୍ଣବ ବିଲ ବାଡ଼ି

ସାରୁଗଛ ମୂଳେ ବେଙ୍ଗୁଲି ନାନୀ

ଛାଡୁଥାଏ ଘୋର ରଡ଼ି l

ଏବେ କିନ୍ତୁ ସବୁ ଓଲଟ ପାଲଟ

ପ୍ରକୃତି ସାଧୁଛି ଦାଉ

ଵିପତ୍ତି ବେଳରେ ସର୍ବେ ମିଶିଯାଇ

ଦେଖାନ୍ତି ପ୍ରକୋପ ଭାଉ l



Rate this content
Log in

Similar oriya poem from Drama