STORYMIRROR

Pravat Kumar Mohapatra

Drama Tragedy Inspirational

3  

Pravat Kumar Mohapatra

Drama Tragedy Inspirational

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
444

କୋହ ଥାଉ ଯେତେ ବ୍ୟକ୍ତ କରିବିନି ସେ ପରା ଅବ୍ୟକ୍ତ କୋହ

ଯାହା ପାଇଥିଲି ମୋ ମନେ ରହିଲା ବଂଚିଥିବା ଯାଏ ପ୍ରାୟ ।


ବ୍ୟକ୍ତ କରିଦେଲେ କିଏ ବା ପୋଛିବ ମୋ ଆଖିର ଝରା ଲୁହ

ସେମାନେ କହିବେ ରହି ଯା ରହିଯା ସମୟ ଦେବ ସହାୟ ।


ସମୟକୁ ବେଳ କାହିଁ ବା ମିଳିବ ଏ ଦୁଃଖିନୀ ପାଇଁ କେବେ

ଦୁଃଖ ପରେ ସୁଖ କହନ୍ତି ଦାମ୍ଭିକେ ଋତୁଚକ୍ର ପରିଭବେ ।


ଏକଥାଟି ସତ୍ୟ କହିଛି ବିଧାତା ସୁଖୀଲୋ ତୋର ଆୟୁଷ ନାହିଁ

ସେହିପରି ମଧ୍ୟ ଏହାବି କହିଛି ଦୁଃଖୀଲୋ ତୋରମରଣ କାହିଁ।


ଚାପି ରଖି ଲୁହକୋହ ଲୁଚାଇଣ ଲୁହ ଗିରୀ ଶିଖେ ରଖି ଲୟ

ଚାଲିବି ନିକର ଦୂର ଆଉ ଦୂର ନେବି ନାହିଁ ପରାଜୟ ।


ଜନମ ମରଣ ସମସ୍ୟା ର ରଣେ ହେଲେ ବି ହତଭାଗିନୀ

କୋହ ଥାଉ ଯେତେ ନ କରି ଅବ୍ୟକ୍ତ କାଟିବି ଦିବା ରଜନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama