ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହ
କୋହ ଥାଉ ଯେତେ ବ୍ୟକ୍ତ କରିବିନି ସେ ପରା ଅବ୍ୟକ୍ତ କୋହ
ଯାହା ପାଇଥିଲି ମୋ ମନେ ରହିଲା ବଂଚିଥିବା ଯାଏ ପ୍ରାୟ ।
ବ୍ୟକ୍ତ କରିଦେଲେ କିଏ ବା ପୋଛିବ ମୋ ଆଖିର ଝରା ଲୁହ
ସେମାନେ କହିବେ ରହି ଯା ରହିଯା ସମୟ ଦେବ ସହାୟ ।
ସମୟକୁ ବେଳ କାହିଁ ବା ମିଳିବ ଏ ଦୁଃଖିନୀ ପାଇଁ କେବେ
ଦୁଃଖ ପରେ ସୁଖ କହନ୍ତି ଦାମ୍ଭିକେ ଋତୁଚକ୍ର ପରିଭବେ ।
ଏକଥାଟି ସତ୍ୟ କହିଛି ବିଧାତା ସୁଖୀଲୋ ତୋର ଆୟୁଷ ନାହିଁ
ସେହିପରି ମଧ୍ୟ ଏହାବି କହିଛି ଦୁଃଖୀଲୋ ତୋରମରଣ କାହିଁ।
ଚାପି ରଖି ଲୁହକୋହ ଲୁଚାଇଣ ଲୁହ ଗିରୀ ଶିଖେ ରଖି ଲୟ
ଚାଲିବି ନିକର ଦୂର ଆଉ ଦୂର ନେବି ନାହିଁ ପରାଜୟ ।
ଜନମ ମରଣ ସମସ୍ୟା ର ରଣେ ହେଲେ ବି ହତଭାଗିନୀ
କୋହ ଥାଉ ଯେତେ ନ କରି ଅବ୍ୟକ୍ତ କାଟିବି ଦିବା ରଜନୀ ।
