ଭ୍ରମଣ
ଭ୍ରମଣ
ଆମେ ଯିବା ଚାଲି ଚାଲି ସଞ୍ଜ ଆଉ ସକାଳ ପ୍ରହରେ
ଦେହ ପାଇଁ ସେହି ହିତ ଭୁଲିବାନି ତାକୁ ଆମେ ବାରେ ।
ବୟସର ଶେଷ ପ୍ରାୟ କେବଳ ପ୍ରଭୁଙ୍କ ଆଶ୍ରୟ
ତାଙ୍କ ପାଖେ ଲଗାଇତ ମନ
ଦେହକୁ କରିବା ଟାଣ ସଞ୍ଜ ସକାଳ ଭ୍ରମଣ
ଏହା ଛଡା ଆମ ପାଖେ ନାହିଁ କିଛି ଧ୍ୟାନ ।
ଯିବାପାଇଁ ବଦରିକା ବାରାଣସୀ ଅବା କାଶୀ
ଶରୀରଟା ଗଲାଣି ତାହାରି
ଗୀତା ଭାଗବତେ ମନ ସେଇତ ଆମର କର୍ମ
ଜଗାକୁ ଡାକିବା ଛଡା ସବୁ କର୍ମ ଭାରି ।
ଚାଲୁ ଚାଲୁ ଯେତେ ଯିବା, ହଟି ହଟି ଗଲେ ହଟିଯିବା
ଯେବେ ହଟିଆ ଡାକିବ ତାର ହାତ ଠାରି ।
ତାକୁ କରିବାକୁ ମନା ହେ ମୋତେ ଏବେ ନିଏନା
ବରଂ ମତେ ନେଇଯାଅ ସ୍ୱର୍ଗଦ୍ୱାର ପୁରୀ
ସେ ତ ଜଗତ ସାଇଁ, ସେତ ଆମ ହିତ ପାଇଁ
ଏ ପ୍ରକାର ଭ୍ରମଣକୁ ଦେଲେ ଅନୁମତି
ଆସ ଆମେ ତ ଭ୍ରମିବା, ବାଟମଙ୍ଗଳା ଦେଖିବା
ଅଠରନଳା ପାଖରୁ କରିବା ମିନତୀ
ମନ୍ଦିର ଦିଶୁଛି ଦୂରେ ଠେଲି ପଶ ସିଂହଦ୍ୱାରେ
ଚତୁର୍ଦ୍ଧା ମୁରତୀ ଆମ୍ଭେ କରି ଦର୍ଶନ
ସେଇଠି ହୋଇବ ଶେଷ ପୁରି ଯିବ ଅବଶୋଷ
ଇତି ହେଉ ହେ ବନ୍ଧୁ ଆମ ଭ୍ରମଣ ।
