ଭରଚୁଆଲ୍ ବିବାହ
ଭରଚୁଆଲ୍ ବିବାହ
card ଟେ ଘରେ ପହଞ୍ଚିଛି ଆସି
ପଠାଇଛି ପୁରୁଣା ବନ୍ଧୁ ମୋର . ଶଶି
ପୁଅଟି ତାହାର ବାହା ହେଉଛି
ସୁନ୍ଦର ପତ୍ରଟିଏ ମୁଁ ହାତେ ଧରିଛି।
ଖୋଜିଲି ଭୋଜନ କୋଉଠି ବୋଲି
5 star hotel ର ନାଆଁଟେ ପାଇଲି
ଭୋଜିର ସମୟ ହୋଇଛି ଲେଖା
ଖାଇବାଟା ନିଶ୍ଚେ ହୋଇବ ଚୋଖା ।
ଭୁଲିଲା କି ମୋତେ ସମୁଦି ପାଇ?
ବର ଯାତ୍ରାରେ ଡାକରା ନାହିଁ!
ବରାନୁଗମନ ସମୟ କାହିଁ?
ବାହାଘର Venue ଲେଖା ତ ନାହିଁ।
କୋଉଠି ହୋଇବ ପାଣିଗ୍ରହଣ ।
ଖାଲି କଣ ଏଠି ପ୍ରୀତିଭୋଜନ?
ହୋଇଗଲା ଉଣା ମୋହରି ମନ ।
ଭାବିଲି କରିବି ସାଙ୍ଗକୁ Phone
phone କରି ଟିକେ ବୁଝିବି ବ୍ୟାପାର ।
ଧରି ଦେଲା ହାତ ବଡ଼ ପୁଅ ମୋର ।
ବରଯାତ୍ରୀ କଣ ନାହିଁ ଏଠି ବର ।
ଏପରା ହୋଇବ Virtual ବାହାଘର ।
Laptopର ଦୁଇ ପଟେ କନ୍ୟା ଆଉ ବର ।
Mobileରେ ବାଜିବ ବିବାହ ମନ୍ତ୍ର ।
ବରଯାତ୍ରୀ ମଣ୍ଡପର ପ୍ରହସନ ନାହିଁ
ସବୁ ସରି ଗଲେ ଆମେ hotelରେ ଯିବା ଖାଇ ।
