STORYMIRROR

Pravat Kumar Mohapatra

Classics

3  

Pravat Kumar Mohapatra

Classics

କଳଙ୍କିନୀ

କଳଙ୍କିନୀ

1 min
329

ନାରୀ ପରା ନାରାୟଣୀ, କିଆଁ ତାକୁ କହ କଳଙ୍କିନୀ

ଏ ସମାଜ, ଏ ମାନବ ସାଜିଣ ପରା ଦାନବ ଆଜି ତାଙ୍କୁ କଲେ ପାପିନୀ

ଅହଲ୍ୟା ଦ୍ରୌପଦୀ ତାରା ସତୀ ମନେ୍ଦାଦରୀ ତଥା

ପଞ୍ଚକନ୍ୟା ସ୍ମରେ ନିତ୍ୟଂ ମହାପାତକ ନାଶନମ୍

ସେହି ନାରୀ ମହାମାୟା ଦୟା କ୍ଷମାର ସାଗର

ତାଙ୍କୁ କଲ କଳଙ୍କିନୀ, ଆରେ ପାପୀ ତୁମକୁତ ଯୋଗ୍ୟ କାରାଗାର,

ଦେବ ପୂଜ୍ୟା ଏହି ନାରୀ କର ନାହିଁ ତାହାଙ୍କ ଧିକ୍କାର

ନିଜକୁ ନିଜେ ପରଖ, ସେ ଜନନୀ ଗଢେ ପୁଣି ସୁନାର ସଂସାର ।

ବଗଳା ମୁଖର ସେ ନାରୀ, କାଳି, ଚଣ୍ଡି ଧୂମାବତୀ

କଳଙ୍କିନୀ ଆଖ୍ୟା ଦେଇ କି ଯଶ ପାଉଛ କହି

ମନେରଖ ଆଣିନାହିଁ ଘୋର ବିପତ୍ତି ।

ଯଦି ଭାବ ତୁମେ ମନେ ପାପିନୀ

ଏହି ନାରୀମାନେ ତାହା ତୁମ ନିର୍ବୋଦ୍ଧତା ଏକଥା ଜାଣ

ଅସପୂର୍ଣ୍ଣରେ ସଂପୂର୍ଣ୍ଣ ଉନ୍ମକ୍ତତାର ନୟନ

ଆସୁଅଛି ସତ୍ୟଯୁଗ ଶୁଣଆରେ ପାପଷ୍ଟ ଗଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics