STORYMIRROR

Pravat Kumar Mohapatra

Drama Inspirational

4  

Pravat Kumar Mohapatra

Drama Inspirational

ଅନଲାଇନ୍ ଆସର

ଅନଲାଇନ୍ ଆସର

1 min
503

ଦୂର ଦେଶେଘର ମୋର

ଆପଣା ସବୁ ଯେ ପର

ନାହିଁ ପାଖେ କେ ନିଜର

ସବୁ ବନ୍ଧୁ ବହୁ ଦୂର

ତଥାପି ମୁଁ ବାରମ୍ଵାର

କରଇ ମନେ ବିଚାର

କର ଉପାୟ ଗୋଟେ ବାହାର

ବସାଇବା ଚାଲ ଅନଲାଇନ୍ ଆସର।

ବୁଢା ବୁଢୀ ବନ୍ଧୁ ମୋର

ମୋବାଇଲ ଅଜଣା ବ୍ୟାପାର

ନାତି ନାତୁଣି ପାରିବାର

ଲଗାଇ ଦେବେ ଯାନ୍ତ୍ରିକ ଡୋର ।

କଥା ସବୁ ଯୌବନର

ହେବ ପେଡିରୁ ବାହାର

ଗରଗର ଘରଣୀ ମୋର

କରୁ ନ ବୟସ ବିଚାର

ପୁରୁଣା ବନ୍ଧୁ ସବୁ ମୋର

ରଖିନି କାହାର ଖବର

ନମ୍ବରରେ ସୀମାବଦ୍ଧ

ପରିଚୟ ସଭିଙ୍କର

କେଜାଣି ଆୟୁଷ କେତେ ଅଛି ବା ମୋର

ଭେଟିବାକୁ ନାହିଁ ବେଳ ପାଖରେ କାହାର

ସବୁ ସୃତୀ ସାଉଁଟିବା ଏ ଅନ୍ତିମ ଥର

ଆସ ବସାଇବା ଗୋଟେ ଅନଲାଇନ୍ ଆସର।


Rate this content
Log in

Similar oriya poem from Drama