STORYMIRROR

Pravat Kumar Mohapatra

Drama Inspirational

3  

Pravat Kumar Mohapatra

Drama Inspirational

ନିଃସଙ୍ଗତା

ନିଃସଙ୍ଗତା

1 min
320

କିଆଁ ଦେଲ ନିଃସଙ୍ଗତା,

ଦେଖଇ ମୋ ନେତ୍ର ଯାହା ଚଉଦିଗର

ସବୁଆଡ଼େ ହାଁ ହାଁ କେହିତ ନାହାନ୍ତି ସାହା,

ତଥାପି ଅଟେ ପର ପୁରା ଅଧିଶ୍ୱର ।

ଅଛି ଗଛ ଲତା ନଈ ପଶୁପକ୍ଷୀ ନାହାନ୍ତି ତ କେହି

ହସିଲେ ମୁଁ ନିଜେ ହସେ, କାନ୍ଦିଲେ ମୁଁ ନିଜେ କାନେ୍ଦ

କେହିତ ନାହାନ୍ତି ମୋର ଭାଗୀଦାର ହୋଇ

ନାହିଁ ପ୍ରଭୁ ନିଃସଙ୍ଗତା ଦିଏ ମୋତେ କେତେ ବ୍ୟଥା

ଦରକାର ନାହିଁ ମୋର ଏପରି ସଂସାର

ମୁଁ ମଣିଷ ନିଃସଙ୍ଗତା ମୋ ପାଇଁ ବିଷ

ଫେରିଯିବି, ଗିରି ଶିଖେ ଚାଲିବି ନିକର

ତେଲ ଲୁଣ ପରିବାର, ବାପା ମାଆ ମୋ ପର

ସାଇ ଭାଇ, ମୋ ପିଲା କବିଲା ସେ ଆନନ୍ଦ ନାହିଁ ପରସୀମା

ଗଛଲତା ଆଉ ସବୁ ମୋ ହାତ ବାଜିଲେ ପ୍ରଭୁ

ହସନ୍ତୁ ଧରଣୀ ପକ୍ଷେ ଫେରିଆସୁ ମୋ ପୂର୍ବ ଗାରିମା

କଅଣ ମିଳିବ ତାହା

ନିଃସଙ୍ଗତାର ବାଦସାହା

ଏତିକି ମୀନତି ମୋର ତୁମ ପାଖେ କରୁଛି ଗୁହାରୀ

କାହାକୁ ଏ ଦିଅ ନାହିଁ ପଦ

ଥାଉ ପଛେ ସଂସାର ବିପଦ

ହରି ନାମ ଧରି ମନେ

ଶୁଣି ମୁଁ ତାକୁ ତ କର୍ଣ୍ଣେ

ବାଛି ନେବି ହେବାକୁ ସଂସାରୀ । ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama