STORYMIRROR

Pravat Kumar Mohapatra

Others

4  

Pravat Kumar Mohapatra

Others

ଅଭିମାନୀ ଭକ୍ତ

ଅଭିମାନୀ ଭକ୍ତ

1 min
506

ଜନମ ଦେଇଛ ଭବେ ଏସଂସାରେ ପ୍ରଭୁମତେ

      ଦେଇଅଛ ପୁଳେ ଅଭିମାନ

କିପରି କରିବ ଦୂର ଚିନ୍ତା ଆସେ ବାରମ୍ବାର

      ଖୋଜୁଅଛି ତାର ସମାଧାନ ।

ନଡ଼ିଆ ଦେଲା ଦାସିଆ ନେଲ ତାକୁ ଚଉବାହା

      ବଂଧୁମହାନ୍ତିଙ୍କୁ ଦେଲ ସୁନାର ଥାଳି

କି ପାପ କରିଲି ମୁହିଁ ଫେରାଇଲ ମୁହଁ କାହିଁ

      କଲବଲ କଲମତେ ହେ ବନମାଳି ।

ସେହି ପ୍ରଭୁ ନୁହଁକି ତୁମ୍ଭେ

ଡାକିଲେ ଡାକ ନଶୁଣ କିଆଁତ କେବେ

ପାଞ୍ଚାଳି ଟେକିଲା ହାତ ପାଟଦେଇ ଥାକଥାକ

      ରଖିଲ ତାର ଇଜ୍ଜତ ତୁମେତ ପ୍ରଭୁ

ଗଜରାଜ ଡାକ ଦେଲା, ଚକ୍ରପେଶି ନର୍କମଲା

      ପ୍ରହଲ୍ଲାଦକୁ ତରିଲ ବାହାରି ଖମ୍ବୁ

ସେହି ପ୍ରଭୁ ନୁହଁକି ତୁମ୍ଭେ

ଅଭିମାନୀ ଭକତର କିମ୍ପା ଯେ ଡାକ ନ ଶୁଣ

      ଯେତେ ଡାକିଲେ ମୁହିଁ ତୁମକୁ କେବେ

      ସେହି ପ୍ରଭୁ ନୁହଁକି ତୁମ୍ଭେ

      ଦୁଃଖୀ ଜଣାଇଲେ ଡାକ ନ ଶୁଣ କେବେ ।

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍