STORYMIRROR

Pravat Kumar Mohapatra

Romance Inspirational

3  

Pravat Kumar Mohapatra

Romance Inspirational

ଆଧୁନିକ ନାରୀ

ଆଧୁନିକ ନାରୀ

1 min
385

ଗୁହାରୀ କରୁଛି ତୋତେ ହେ ଉଗ୍ର ସଭ୍ୟତା ରହିଯାଅ ରହିଯାଅ ଆଜି

ତୋ ବନ୍ଧରେ ବାଡ଼ବତା ନ ହେଉ ଦୁର୍ବଳ କିମ୍ବା ନ ଯାଉ ସେ ଭାଗ

ସଂସ୍କାରକୁ ରଥକୁ ଯାବୁଡ଼ି

ନାରୀ ନୁହେଁ ନାରାୟଣୀ

ସେ ପୂର୍ବ ଯୁଗର କାହାଣୀ ନ ଯାଅ ତୁ ଭୁଲି

ତୁ ଦୁର୍ଗା ତୁ ତ କାଳୀ ତୁହି ତ ବଗଳା

କିଏ କହେ ଦୁହି ନାରୀ ତୁହିତ ଦୁର୍ବଳା ।

ଏଇ ଦେଖ ସୂର୍ଯ୍ୟ ଉଏଁ ଅନ୍ଧାରକୁ ଫାଡି

ସନ୍ଧ୍ୟା ହେଲେ ପଶ୍ଚିମରେ ସେ ତ ଯାଏ ବୁଡ଼ି

ଏଇଟା ତ ସଂସାର ନିୟମ

ଉଗ୍ର ଆଧୁନିକବାଦ ସେ ତ ଅଟେ ନିଶ୍ଚେ ବ୍ୟତିକ୍ରମ

ଏହି ବ୍ୟତିକ୍ରମ ପାଇଁ ଆତ୍ମା କାଳେ କେତେ ନିର୍ଭୟାର

ଗୋଡ଼ ଖସିଗଲେ ଥରେ ଛତୁ ହେବ ସୁନାର ସଂସାର

ତେଣୁ ଆଧୁନିକ ନାରୀ ତିନି ଗାର ଡ଼ିଅଁ ନାହିଁ କେବେ

ରାବଣେ ଅଛନ୍ତି ଚାହିଁ ଡେଇଁଲେ ତୁ ଲଙ୍କାପୁର ତୋତେ ଭିଡ଼ି ନେବେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance