ଶୁଭ ନବରାତ୍ରୀ
ଶୁଭ ନବରାତ୍ରୀ
ଦୟାମୟୀ ତୁମେ
କୃପାମୟୀ ତୁମେ
ତୁମେ ମା' ଜଗତଧାତ୍ରୀ
ଜୀବ ଜୀବନରେ
ସବୁ ରାତ୍ରି ହେଉ
ରାଗ ଦ୍ଵେଷ ହୀନ ଶୁଭ ନବରାତ୍ରୀ । ୧।
ଦୁର୍ଗତିନାଶିନୀ ତୁମେ
ମହିଷମର୍ଦ୍ଦିନୀ ତୁମେ
ତୁମେ ମା' ମଙ୍ଗଳମୟୀ
ତୁମ ଦୟା ଆଶିର୍ବାଦ
ବିନାଶୁ କରୋନା ବିପଦ
ଆଣୁ ସୁଦିନ କଲ୍ୟାଣମୟୀ ।୨।
ଶୈଳପୁତ୍ରୀ ତୁମେ
ବ୍ରହ୍ମଚାରିଣୀ ତୁମେ
ତୁମେ ମା' ବରଦାୟିନୀ
ଦଶହସ୍ତେ ଶସ୍ତ୍ର ଧରି
ଅନନ୍ତ ଶତୃ ସଂହାରୀ
ଦୁଷ୍ଟନାଶିନୀ ଶିଷ୍ଟତାରିଣୀ ।୩ ।
ଚନ୍ଦ୍ରଘଣ୍ଟ ତୁମେ
କ
ୁଷ୍ମାଣ୍ଡୀ ତୁମେ
ତୁମେ ମା' ଦୁଃଖନାଶିନୀ
ଅଭୟ ହସ୍ତ କରୁଣା
ବରାଭୟ ଦୟା ମାର୍ଜଣା
ଆରତ ଜନର ଶୋକହାରିଣୀ ।୪।
ସଙ୍କଟମାତା ତୁମେ
କାତ୍ୟାୟନୀ ତୁମେ
କାଳରାତ୍ରୀ ସଂଘାତ୍ରୀ ବିଶ୍ଵଜନନୀ
ମନ ମତି ଗତି ବିପତ୍ତି
ଶକ୍ତି ଶାନ୍ତି ମୁକ୍ତି ଆପତ୍ତି
ଲୁପ୍ତ ବିଲୁପ୍ତ ଧରାଧାମୁ ସନ୍ଥମନନୀ ।୫।
ମହାଗୌରୀ ତୁମେ
ସିଦ୍ଧିଦାତ୍ରୀ ତୁମେ
ଅନ୍ଧାରଅହଁକାର ରାଷସମାରୀ
ଶୁଭ ବିଜୟା ଦଶମୀ ଦିବସେ
ଶୁଭ ଦଶହରା ପାବନ ପରସେ
ଅନ୍ତ କ୍ଷାନ୍ତ ହେଉ
ଶେଷ ନିଃଶେଷ ହେଉ
କୁଭାବନା କାମନା ଯାତନା
ଜୟ ମା' ଦୁର୍ଗା ହିମାଳୟପୁତ୍ରୀ ।୬।