STORYMIRROR

Binapani Tripathy

Drama

3  

Binapani Tripathy

Drama

ଶୀତ ଆସେ

ଶୀତ ଆସେ

1 min
388

ଶୀତ ଆସେ 

ଟୋପା ଟୋପା କାକର ସାଥିରେ 

କୁହୁଡି ର ଓଢଣା ଭିତରେ 

ଝଡା ପତ୍ରର ଖସ୍ ଖାସ୍ ଶବ୍ଦ 

ଅଧା ରାତ୍ରୀ ରେ ଭୟ ସୃଷ୍ଟି କରେ 

ଡରକୁଳା ମନ ଟିଏ 

ମୁହଁ ଲୁଚେଇ ଦିଏ ତକିଆ ଛାତିରେ ।।


ଶୀତ ଆସେ 

ଜେଜେକଂର ଲହକା କାଶରେ 

ଜେଜେମାର କୁହୁକ ଗପରେ 

ଘର ଦ୍ବାର ଲିପା ପୋଛା 

ଝୋଟି କଟା ମାଣ ବସା 

ଖିରି ପିଠା ଲକ୍ଷ୍ମୀପୁରାଣ ରେ।।


ଶୀତ ଆସେ 

କୃଷକର ଭାର ବାହୁଙ୍ଗି ରେ 

କେଣ୍ଡା କେଣ୍ଡା ପାଚିଲା ଧାନରେ 

ସୁନାର ଫସଲ ଦେଖି, ଘରଣୀ ତା' ଭାରି ଖୁସି 

କରିବ ସେ ଝିଅ ବାହା 

ଏଇ ମାଘ ଫଗୁଣରେ ।।


ଶୀତ ଆସେ 

ସୋରିଷ ଫୁଲର ହସରେ 

ମେଥି ଆଉ ପାଳଙ୍ଗର ନରମ ବେଶରେ 

ନାଲି ହଳଦିର ଗେଣ୍ଡୁ 

ମୁଣ୍ଡ ଟେକି କଥା କହେ 

ଘର ଅଗଣାରେ ।।


ଶୀତ ଆସେ 

ସକାଳ ର ସେ ନିଆଁ ପୁଆଁରେ 

ଗରମ ମୁଢି ଆଉ ନାଲିଆ ଚା ରେ 

ଜଣା ପଡେ ନାହିଁ ଦିନ କେମିତିକା କଟିଯାଏ 

ଫୁଲେଇ ସେ ଲମ୍ବା ରାତି 

ବେଗି ବେଗି ପାଦ ତା' ବଢାଏ ।।


ଶୀତ ଆସେ 

ଗରୀବ ର ଛିଣ୍ଡା ହେଁସ ,ପୁରୁଣା ଅଖାରେ 

ସାତସିଆଁ ଦଦରା କନ୍ଥା ରେ

ବାବୁଘର ଦାମିକା ରେଜେଇ 

ନିଦ କିଣେ, ସୁଖ ବିକେ 

ସ୍ବପ୍ନ ବି ସଜେଇ ହୁଏ 

ରାତି ସାରା ମହୁଲି ନିଶାରେ ।।


ଶୀତ ଆସେ 

ଥୁରୁ ଥୁରୁ ବାଡୁଅ ବୁଡରେ 

ଢୋଲ ଯୋଡି ମହୁରୀ ର

ମିଳନ ସ୍ବର ରେ 

ପାଲିଙ୍କି ରେ ହସି ଆସେ 

ସୁଁ ସୁଁ କାନ୍ଦେ ପୁଣି ସବାରି ଭିତରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binapani Tripathy

Similar oriya poem from Drama