STORYMIRROR

Mahendra Kumar Swain

Drama Tragedy

3  

Mahendra Kumar Swain

Drama Tragedy

ଭରଚୁଆଲ୍ ବିବାହ

ଭରଚୁଆଲ୍ ବିବାହ

1 min
294


ଆମ ଗାଁ ପଦିଆ ବାହାହବ ବୋଲି

କାମ ଖୋଜି ଯାଇଥିଲା

ଆମେରିକା ଯାଇ କାମ କରି କରି

ଭଲ ଟଙ୍କା ପାଉଥିଲା


ବାହାଘର ଦିନ ଠିକ ଯେବେ ହେଲା

ପଦିଆ ତ ଖୁସି ହେଲା

ଗାଁ କୁ କେମିତି ଆସିବ ସେ ଶିଘ୍ର

ମନେ ମନେ ଭାବୁଥିଲା


ଏହି ସମୟରେ କରୋନା ଆସିଲା

ସବୁ ସ୍ୱପ୍ନ ଭାଙ୍ଗିଦେଲା

ଲକଡାଉନ ହୋଇକରି ପୁରା

ସବୁ କଥା ସରିଗଲା


ପଣ୍ଡିତ କହିଲେ ସେଦିନ ଯଦିତ

ବିବାହ ହୋଇବ ନାହିଁ

ଆଉ ଆଗକୁ ତ ପଦିଆର ଭାଗ୍ୟେ

ବିବାହ ର ଯୋଗ ନାହିଁ


ପଣ୍ଡିତ କହିଲେ ସରକାର ଆମ

କାଲି ପରା କହିଛନ୍ତି

ଦୁଇ ତିନିଜଣ ଏକାଠି ହେବନି

ନିୟମ ବି କରିଛନ୍ତି


ସବୁଠୁ ସୁବିଧା ଭରଚୁଆଲ୍ ରେ ହେବ

ସମସ୍ତେ ଘରେ ରହିବେ

ଭରଚୁଆଲ୍ ରେ ତ ବିବାହ ହୋଇବ

ନିୟମ ବି ମାନୁଥିବେ


ଲାପଟପ ଆଗେ ସମସ୍ତେ ବସିବେ

ବିବାହ ଆରମ୍ଭ ହେବ

ବ୍ରାହ୍ମଣ ବି ଆମ ଘରେ ବସିକରି

କରୁଥିବ ସବୁ କାମ


ବରଣ ମାଳ ବି ଭରଚୁଆଲ୍ ରେ ହେବ

ସିନ୍ଦୁର ବି ଦିଆହେବ

ସବୁ କାମ ସେଇ ଭରଚୁଆଲ୍ ରେ ହେଲେ

ଅସୁବିଧା ନ ହୋଇବ


ବର କନ୍ୟାଙ୍କୁ ବି ଆଶୀର୍ବାଦ ସବୁ

ଅନଲାଇନ ରେ ଦେବେ

ସ୍କାନ କରିକି ଗୁଗୁଲ ପେ ରେ

ଜୋମାଟେ ଖାଇବା ନେବେ


ବ୍ରାହ୍ମଣ କହିଲେ ପଇସା ବି ମୋର

ଅନଲାଇନ ପଠେଇବ

କରୋନା ବି କାଳେ ଟଙ୍କାରେ ବଢୁଛି

ବିପଦ କିଏ ଡାକିବ


ସବୁ ଶୁଣିକରି ପଦିଆ କହିଲା

ସବୁ ଭରଚୁଆଲ୍ ରେ ହେବ

ପିଲା ଛୁଆ କଣ ମୋର ସବୁ ବୋଧେ

ଅନଲାଇନରେ ଆସିଯିବ ?


Rate this content
Log in

Similar oriya poem from Drama