STORYMIRROR

Binapani Tripathy

Drama

3  

Binapani Tripathy

Drama

ବାଜି

ବାଜି

1 min
316

ପ୍ରଶ୍ନ ଥିଲା 

ଶାଶୁ ନା ବୋହୁ

ବାଜି ଜିତିବ କିଏ 

ଉତ୍ତର ରେ 

ଶାଶୁ ର ପାଳିଏ କୁ 

ବୋହୁ ର ପାଳିଏ  ।


ପୁଣି ପ୍ରଶ୍ନ 

ଭାଇ ଭାଇ ର ଲଢେଇ 

କାହାର ଏ ଜିତ

ଉତ୍ତର

କିଛି ଗାଁ ଟାଉଟର 

ଆଉ କିଛି ଓକିଲ ପୋଲିସ୍ ।


ପ୍ରଶ୍ନ ଟିଏ 

ବାପ ପୁଅ ଙ୍କ ର ରେସ୍ 

କିଏ ଜିତିପାରେ 

ଉତ୍ତର ପୁଅ ଜିତୁ ବୋଲି ବାଜି 

ବାପ ବାର ବାର ହାରେ ।


ଫେର ପ୍ରଶ୍ନ 

ପ୍ରେମ ରେ ଜିତିଛି ବାଜି 

ମିଳନ କି ବିରହ ସତେ 

ଉତ୍ତର ମିଳନ ଜିତି କି ହାରେ 

ବିରହ ହାରି କି ଜିତେ ।


ଶେଷ ପ୍ରଶ୍ନ ସ୍ବାମୀ ସ୍ତ୍ରୀ 

ଜୀଇଁ ଥିଲା ଯାଏ ଯୁଦ୍ଧ 

ବାଜି ଟା କାହାର 

ଉତ୍ତର ଏଇ ଅଛି ଏଇ ନାହିଁ 

ଯୁଦ୍ଧ ନୁହେଁ, ଏ ତ ପାଣି ର ଗାର ।


Rate this content
Log in

Similar oriya poem from Drama