STORYMIRROR

ବି. ନିରୁପମା

Drama Action Children

3  

ବି. ନିରୁପମା

Drama Action Children

ମନକୁ ଭୁଲେଇ ଦେଉ

ମନକୁ ଭୁଲେଇ ଦେଉ

1 min
363

ଝୁମୁରୁ ଝୁମୁରୁ ଝାଇଁ, ଲଡ଼ୁଟିଏ ତୋହ ପାଇଁ

ନେଏ ଲୋ ମାମୁନି ଖାଆ,

ସୁନାଝିଅ ଚୁଲୁବୁଲି, ଗେହ୍ଲିଟା ମୋ ଗୁଲୁଗୁଲି

ଥେଇ ଥେଇ ନାଚୁଥାଆ ।


ଛବି ବହିଟିଏ ନେଏ, ଛବି ଦେଖି ରଙ୍ଗ ଦେଏ

ଦେଖିବା କେମିତି ହେଲା,

ବାହାନା ତୁ କଅରନା, ଏଟା ସେଟା ଧଅରନା

ଚାହିଁଛନ୍ତି ସାଥୀପିଲା ।


ହେଇ ଲୋ ଖାଇବୁ ଗାଳି, ନାଚିକି ମାରୁଛୁ ତାଳି

ଏଡ଼ିକି ଚଗଲି ହେଉ, 

ବୁଢ଼ୀଟିଏ ଭଳି ତୁହି, ମିଠା ମିଠା କଥା କହି

ମନକୁ ଭୁଲେଇ ଦେଉ ।


ଧାଇଁ ଆସି ପାଶେ ମୋର, କେତେକଥା କହୁ ତୋର

ଗେଲ ହେଉ ଦେହେ ଘଷି,

ମାମୁନି ରାଣୀ ମୁଁ ଡାକି, ଚୁମାଟିଏ ଦେଲେ ଆଙ୍କି

ହେଉ ପୁଣି ଭାରି ଖୁସି ।


ହସୁଥା ଏମିତି ନିତି, ସମୟଟି ଯାଉ ବିତି

ନିଜକୁ ଏବେଠୁ ଗଢ଼,

ବିଦ୍ୟା-ବୁଦ୍ଧି, ଜ୍ଞାନବଳେ, ଅସାଧ୍ୟ ସାଧି ତୁ ହେଲେ

ହୁଅ ଲୋ ସଂସାରେ ବଡ଼ ।


Rate this content
Log in

Similar oriya poem from Drama