ଅଧୁରା ସ୍ୱପ୍ନ
ଅଧୁରା ସ୍ୱପ୍ନ
ଆଖିରେ ଆଖିଏ ସପନ ଭରି ମୁଁ
ଆସିଥିଲି ସହରକୁ
ଆଜି ବି ସପନ ସତ ହେଇ ନାହିଁ
କେମିତି କରିବି ତାକୁ ।
ସପନ ଆଜିବି ଅଧୁରା ମୋ ଅଛି
ତା ପାଇଁ ମୁଁ ଲଢ଼ୁଅଛି
ସପନକୁ ସତ କରିବା ପାଇଁ ମୁଁ
କର୍ମ ମୋର କରୁଅଛି ।
ସବୁ ସପନ ଯେ ସତ ହୁଏ ନାହିଁ
ବହିରେ ମୁଁ ପଢ଼ିଥିଲି
ତଥାପି ସପନ ସତ କରିବି ମୁଁ
ଶପଥ ମୁଁ କରିଥିଲି ।
ସପନ ମୋହର ସତ ହେବା ଯାଏଁ
କେବେ ମୁଁ ଯେ ରହିବିନି
ସପନକୁ ମୋର ସତ ମୁଁ କରିବି
ହାର କେବେ ମାନିବିନି ।
ସପନକୁ ସତ କରିବା ପାଇଁ କି
ଦିନ ରାତି ଲଢ଼ୁଥିବି
ସତ କରିବାକୁ ସପନକୁ ମୋର
ସଂଘର୍ଷ ମୁଁ କରୁଥିବି ।
ଆଶା ମୋର ଅଛି ସତ ମୁଁ କରିବି
ସପନକୁ ମୋର ଦିନେ
ମନକୁ ମୋହର ଦୃଢ଼ କରିଛି ମୁଁ
ଆଶା ମୁଁ ରଖିଛି ମନେ ।
ଅଧୁରା ମୋ ସ୍ୱପ୍ନ ଅଧୁରା ଯେ ଅଛି
ପୂରଣ ତାକୁ କରିବି
ବିଫଳତା ପଛେ ପାଉଥିବି ନୀତି
ସଫଳତା ଖୋଜୁଥିବି ।
ଅଧୁରା ସ୍ୱପ୍ନ ମୋ ଶୁଆଇ ଦଉନି
ରାତିରେ ନିଦ ହଉନି
ପୂରଣ ତାହାକୁ କରିବାକୁ ନୀତି
ରାତିରେ ଶୋଇ ପାରୁନି ।
ସାରିଯାଉ ପଛେ ଶରୀରୁ ରୁଧିର
ପଛକୁ ମୁଁ ଫେରିବିନି
ଅଧୁରା ସ୍ୱପ୍ନକୁ ସଫଳ କରିବି
ଅଧାରେ ତ ଛାଡିବିନି ।
ନେଇଛି ଶପଥ ପୂରଣ କରିବି
ସ୍ୱପ୍ନ ମୁଁ ଯାହା ଦେଖିଛି
ଅଧା ରହିଥିବା କାମ ସାରିବାକୁ
ଆଗେଇ ମୁଁହି ଯାଇଛି ।
ଥକିବା ପୂର୍ବରୁ ପାଦ ଦୁଇ ମୋର
ସ୍ୱପ୍ନକୁ କରିବି ସତ
ସ୍ୱପ୍ନକୁ ପୂରଣ କରିବା ପାଇଁ
ଜୀବନ କରିଛି ବ୍ରତ ।
