STORYMIRROR

Manash ranjan Pattanayak

Drama

4  

Manash ranjan Pattanayak

Drama

ସଂସାର ନିୟମ

ସଂସାର ନିୟମ

1 min
378


ସରି ସରି ଗଲା ଜୀବନ ପ୍ରଦୀପ

     ଲିଭି ହେବ ଯେ ପାଉଁଶ 

ଘୋଟି ଆସିଲାଣି ମୋ ଜୀବନ କକ୍ଷେ

      ଅମାବାସ୍ୟାର ଉଆଁସ (୦)

ସାରା ଜୀବନରେ କଲି ଅପକର୍ମ 

      ଶେଷ ବେଳେ ହୁଏ ଭାଳି 

ପାଦ ଚାଲୁନାହିଁ ହାତ ଉଠୁନାହିଁ 

     ମିଳୁଅଛି କେତେ ଗାଳି 

ମୋ ଜୁଈ ଜଳିବା ସମୟ ଆସିଲା

    ଲୋକ ମୂଖେ ଆସେ ହସ(୧)

ବାହୁ ବଳ ମୋର ମିଳେଇ ଯାଇଛି 

     ଗର୍ବ ଦର୍ପ ଚୁର୍ଣ୍ଣ ହେଲା

ଚାହୁଁ ଚାହୁଁ ଦିନ ଗଡିଯାଇ ପୁଣି

     ଜୀବନ ଶେଷ ହୋଇଲା

ଏ ଜୀବ ଦ୍ଦଶାରେ ହରକତ କରି

    ମିଳୁଥିଲା ଅପଯଶ (୨)

ହେ ଚକା ନୟନ କର୍ଣ୍ଣ ଦେଇ ଶୁଣ

    ମୋ ପରି ପାପିଷ୍ଠ ନାହିଁ 

ନିଜେ କଲା କର୍ମ ନିଜେ ଭଗୁଅଛି

     ସଂସାର ନିୟମ ଏହି

ମାନ ଅଭିମାନ ତେଜ୍ୟା କରିଦେଲି 

     କର ପ୍ରଭୁ ମୋ ବିନାଶ(୩)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama