STORYMIRROR

Sahadev Behera

Drama Romance

4  

Sahadev Behera

Drama Romance

ମୋହିନୀ

ମୋହିନୀ

1 min
209


ତୁମ ବିନା ଲେଖି ପାରୁନି କବିତା

      ଭାବନା ଦୀପର ସଳିତା

କାଦମ୍ବିନୀ ପ୍ରିୟା ମଧୁ ଭାଷମୟୀ

      ବିଶାଖା ଗୌରୀ ଲଳିତା ll

ଭିଡିଧର ଯେବେ ମୋ ଦୁଇ ଆଖିକୁ

      ହୃଦେ ସୌଦାମିନୀ ଚମକେ

ମନ ବର୍ଣ୍ଣାଳୀର ଇନ୍ଦ୍ରଧନୁ ତୋଳେ

      ଲେଖନୀ କି ଅବା ଅଟକେ ll

ତନୁଶ୍ରୀ କାମିନୀ  ଉର୍ବଶୀ ମାନିନୀ

      ଚିତ୍ରଲେଖା ରମ୍ଭା ମେନକା

ଲାଜର ଗହଣା  ହରିଣୀ ନୟନେ

      ଭାବନା ମନ୍ଦିରେ ନାୟିକା  ll


ରୂପ ଯୌବନ ରଙ୍ଗରେ ସଜେଇ

      ଫଗୁଣେ ଫଗୁର ଅବିର

ଅଦିନେ ବସନ୍ତ ମଲ୍ଲାର ରାଗିଣୀ

      କୁହୁକ ରଚଇ ହୃଦର ll


ମଧୁ ମାଳତୀର ହେନା ମଲ୍ଲୀ ବାସ

      ସଜାଅ ରୂପସୀ ମାନିନୀ

ଘୁଙ୍ଗୁରର ଛନ୍ଦେ ଶୃଙ୍ଗାର ମୁଦ୍ରାରେ

      ପ୍ରୀତି ଚୋରା ମନ ମୋହିନୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama