STORYMIRROR

Prasant Kumar Nath

Drama

4  

Prasant Kumar Nath

Drama

କଳିଯୁଗ ମଣିଷ

କଳିଯୁଗ ମଣିଷ

1 min
546

ଆମେ କଳିଯୁଗ ମଣିଷ

ଅନ୍ୟର ମୁଣ୍ଡରେ ଅଠା ବୋଲିଦେବୁ

ଖାଇ ଦେଇ ଆମେ ପଣସ

ଆମେ କଳିଯୁଗ ମଣିଷ ।


କରି ନାନା ପେଞ୍ଚ

ନେବୁ ଆମେ ଲାଞ୍ଚ

କିଏସେ ଆମକୁ କହିବ କଅଣ

ଅଛି କା'ର ସଦସାହାସ

ଆମେ କଳିଯୁଗ ମଣିଷ ।


ମାନିବୁନି କିଛି ନୀତି

କରୁଥିବୁ ରାଜନୀତି

ଅଦଳ ବଦଳ କରିବାଟା ପରା

ଅଟଇ ଆମ ପ୍ରୟାସ

ଆମେ କଳିଯୁଗ ମଣିଷ ।


ଅନ୍ୟର ପକେଟ କାଟି

ନେଉଥିବୁ ଆମେ ଲୁଟି

ଆପେ ବଞ୍ଚିଲେ ଏଠି ବାପର ନାଆଁ

କହିଛନ୍ତି ପୂର୍ବପୁରୁଷ

ଆମେ କଳିଯୁଗ ମଣିଷ ।


ଛିଣ୍ଡା ଫଟା ପୋଷାକ ନାଇ

ସେଥିରେ ଅଧା ଦେହ ଦେଖେଇ

ଆଧୁନିକତା ସାଥେ ଚାଲୁଛୁ ବାଟ

ଥାଉ କି ନଥାଉ ବୟସ

ଆମେ କଳିଯୁଗ ମଣିଷ


ଧାଇଁକି ବିଉଟି ପାର୍ଲର

ଚୂଳକୁ କରୁଛୁ କଲର

ଜାଣି ଜାଣି ଚୁଳ ପଚାଉଛୁ ଏବେ

ଥାଉ ଥାଉ କଞ୍ଚା ବୟସ

ଆମେ କଳି ଯୁଗ ମଣିଷ ।


ବଢ଼ାଉଛୁ ଆମେ କଲିକି

ଲଗାଉଛୁ ତାକୁ ଦାଢିକି

ଲାଗୁଛି ଯେମିତି ଶିଙ୍ଗ ଉଠି ଅଛି

ସତେକି ଅରଣା ମଇଁଷ

ଆମେ କଳିଯୁଗ ମଣିଷ ।


ବାହାରେ ବୁଲିବା ନିଶା

କମେଣ୍ଟ ମାରିବା ପେଶା

ଖୋଜି ବୁଲୁଥାଉ ମିଳିବ କୋଉଠି

ଆମକୁ ଟିକିଏ ଅୟସ

ଆମେ କଳିଯୁଗ ମଣିଷ ।


ଫୁଙ୍ଗୁଳା ଦେହକୁ ଦେଖି

ନାଚୁଛୁ ଲୁଙ୍ଗିକି ଟେକି

ମଣିଷପଣିଆ ମରି ହଜିଗଲା

ବିବେକଟା ହେଲା ପାଉଁଶ

ଆମେ କଳିଯୁଗ ମଣିଷ ।


ସମ୍ପର୍କ ଆଇନା କାଚ

ଲାଗୁଅଛି ତାହା ତୁଚ୍ଛ

ପଡିଏ କଥାରେ ଭାଙ୍ଗିରୁଜି ଯାଏ

ବିଶ୍ୱାସ ପଲଟେ ବିଷ

ଆମେ କଳିଯୁଗ ମଣିଷ ।


ମନ୍ଦିର ନିଇତି ଧାଉଁଛୁ

ପ୍ରଭୁଙ୍କ କରୁଣା ଚାହୁଁଛୁ

ହେଲେ ବାପା ମାଆ ଘରେଯେ ଆମର

ରହିଥାନ୍ତି ଉପବାସ

ଆମେ କଳିଯୁଗ ମଣିଷ।


ସାଥିରେ କାହାର ରହିକି

ରାତି ରାତି ସାଥେ ସୋଇକି

ଲିଭ ଆଣ୍ଡ ରିଲେସନସିପରେ ଛାଡ଼ିଦେଉ

ନହେଲେ ଆମର ଚୟସ

ଆମେ କଳିଯୁଗ ମଣିଷ ।


ସବୁତ ଛଳନା ଭରା

ରାତିରେ ଦେଖାଉ ଖରା

ଭିତରେ ଭିତରେ ଚେର କଟୁଥିବୁ

ଓଠେ ରଖି ମିଠା ହସ

ଆମେ କଳିଯୁଗ ମଣିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama