STORYMIRROR

Shashanka sekhar Ray

Drama

4  

Shashanka sekhar Ray

Drama

କଥାରେ କଥାରେ

କଥାରେ କଥାରେ

1 min
184


କଥାରେ କଥାରେ

ଏକାକାର ହୋଇଯାଏ ଦୁଇଟି ପ୍ରାଣ

ବୁଝିଯାଏ ଅବୁଝା ଏ ମନ

ମରିଯାଉଥିବା ଲୋକ ବି 

ଫେରିପାଇଥାଏ ତା ଜୀବନ

ମିଳେଇଯାଏ ସବୁ ରାଗ ଅଭିମାନ

ରଙ୍ଗିନ ହୋଇଯାଏ ସବୁ ସପନ ।


କଥା ଅମୃତ

କଥା ପୁଣି ବିଷ

କଥାରେ କଥାରେ

ଜାଳିଦିଅନି ବିଶ୍ଵାସ

ଭାଙ୍ଗିଦିଅନି ଅଭିଳାଷ

ଲିଭାଇଦିଅନି କାହାର ଶେଷ ନିଶ୍ଵାସ ।


ଛଳନାର ଚୋରାବାଲିରେ 

ପାଦ ଛନ୍ଦି ଦିଅନି କାହାର

ସମ୍ପର୍କରେ ଲକ୍ଷଣଗାର ଟାଣିଦିଅନି

ସମୟର ଚକାଭଉଁରୀରେ ପଡିଯିବ ଦିନେ

ପାରିବନି କେବେ ତୁମେ ଜାଣି ।


କିଏ ଜାଣେ କେତେବେଳେ 

ସମ୍ପର୍କଟିଏ ଯୋଡିହୁଏ କାହା ସହ

ଧୂ ଧୂ ଅପରାହ୍ନର ଥଣ୍ଡାପବନ ଭଳି

ପୁଲକିତ କରେ ଦେହ ଆଉ ମନ 

ଆଞ୍ଜୁଳାଏ ଶବ୍ଦର ଶୀତଳ ଜଳ ଢାଳି

ଶାନ୍ତ କରେ ଦୁଃଖ ଯନ୍ତ୍ରଣା କୋହର କୁହୁଳା ନିଆଁକୁ

ଯଶୋଦା ପରି ତା ପଣତକାନିରେ

ପୋଛିନିଏ ଆଖିରୁ ଅଷାଢୁଆ ଲୁହ

ପୁଣି କେବେ

ବିଦଗ୍ଧ ନାୟିକାଟି ସଜାଇ ଅପେକ୍ଷା କରିଥାଏ

ଝାଉଁଳା ଫୁଲଟିଏ ପରି

ସ୍ଵପ୍ନର ମୂରୁଜ ବୁଣି ଦେଇ ଇନ୍ଦ୍ରଧନୁଟିଏ ସାଜି

ବଞ୍ଚିବାର ଅସରନ୍ତି ନିଶା ଖୁନ୍ଦିଦିଏ ମନେ

ଫୁଲର ନରମ ପାଖୁଡା ଭଳି ହସିଉଠେ

ଜୀବନଟା କେଇପଦ କଥାରେ କଥାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama