STORYMIRROR

Alok Ranjan DASH

Drama Fantasy

4  

Alok Ranjan DASH

Drama Fantasy

ଅଜଣା ପଥ

ଅଜଣା ପଥ

1 min
403

ଏ ଜୀବନ ଏକ ଅଜଣା ପଥ

ଯେଉଁଠି ଚାଲୁ ଚାଲୁ ମୁଁ ହୋଇଛି କ୍ଲାନ୍ତ,

ହେଲେ ନେଇନି କେବେ ବିଶ୍ରାମ

କାହାକୁ କିଛି ନ କହି କରିଚାଲିଛି ମୋ କର୍ମ,

ବୁଝିଛି ଏ ସଂସାର ଗଭୀର ମାୟା ସାଗର

ଯାହାକୁ ପାରି କରିବାକୁ ହେଲେ

ମୋହ ,ଲୋଭ ,ଈର୍ଷା ,ଦ୍ୱେଷ ରୁ ରହିବ ବିରତ,

ଏ ଜୀବନ ଏକ ଅଜଣା ପଥ ।


ଅନେକ ବେଳେ ଆସିଛି ଦ୍ଵନ୍ଦ

ମୋ ମନ ରେ,

ଯିବାକୁ ହେବ କେଉଁ ବାଟ ଦେଇ

ନିଜକୁ ପ୍ରଶ୍ନ କରେ,

ଗୋଟିଏ ପଥ ଟାଣି ନିଏ ମୋତେ

ସ୍ଵର୍ଗ ସୁଖ ଭରା ରାଇଜକୁ,

ଆଉ ଏକ ପଥ ଜଣା ନାହିଁ ଜମା

ଚାହେଁ ଅନେକ କହିବାକୁ ,

ଏମିତି ଦୋ ଛକି ରେ ନେବାକୁ ହୁଏ ଦୃଢ଼ ନିଷ୍ପତି,

ଦେବାକୁ ହୁଏ ସ୍ପଷ୍ଟ ମତ

ଏ ଜୀବନ ଏକ ଅଜଣା ପଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama