ବୃକ୍ଷଆଜି କହେରେ
ବୃକ୍ଷଆଜି କହେରେ
ମୁଁ,
ବୃକ୍ଷ ଆଜି କହେ ରେ
ତୁମ କୁ ଦିଏ ଅମ୍ଳଜାନ ମୁଁ
ଯାହା ଅମୃତ ତୁମ ପାଇଁ,
ତୁମେ ନ ବୁଝ ଏହି ଉପକାର
କାଟି ଦିଅ ମୋତେ ସ୍ବାର୍ଥ ପାଇଁ ରେ ।
ମୁଁ,
ବୃକ୍ଷ ଆଜି କହେ ରେ
ଗ୍ରୀଷ୍ମ ଦିନେ ବାଟୋଇ ଯେବେ
ମୋହରି ତଳେ ବସେ,
ତାକୁ ଦେଇ ମୁଁ ଛାଇ ଟିକକ
ମୋର ହୃଦୟ ହସେ ରେ ।
ମୁଁ,
ବୃକ୍ଷ ଆଜି କହେ ରେ
ମୋହରି କାଠ,ଫୁଲ ଓ ଫଳ
କେତେ କାମ ରେ ଆସେ,
ମତେ କାଟିବା ଆଗରୁ ତୁମ
ମନରେ ଦୟା କି ଆସେ?
ଆଉ ଅଧିକ କହିବି ନାହିଁ
କେବଳ ଏତିକି କହିବି ଶେଷରେ
ମୋ ପାଇଁ ତୁମେ ନ ଭାବିଲେ ନାହିଁ
ନିଜ ପାଇଁ ଟିକେ ଭାବରେ
ମୁଁ,
ବୃକ୍ଷ ଆଜି କହେ ରେ ।
