STORYMIRROR

Alok Ranjan DASH

Others

3  

Alok Ranjan DASH

Others

କଲମତୁମେ ଚୁପ୍ କିଆଁ

କଲମତୁମେ ଚୁପ୍ କିଆଁ

1 min
228

ହେ, କଲମ କହ ମୋତେ

ତୁମେ ଆଜି ଚୁପ୍ କିଆଁ?


ଦୁନିଆ ଟା ଯାକ ଅନ୍ୟାୟେ ବଞ୍ଚିଛି

ଭଲ କୁ ନିନ୍ଦା ଭୁଲକୁ ପ୍ରଶଂସା ଏଠି

ଚାକିରି କରିବ ବୋଲି ପୁଅକୁ ପଢାଏ

ବୁଢ଼ା ବାପା ପୁଣି ଖଟୁଛି ବେଠି, ଆଉ ଶେଷରେ

ଭେଣ୍ଡିଆ ଟୋକା ଟା ସବୁ ପଢ଼ି ସାରି

ଚାକିରି ନ ପାଇ ଯାଏ ଦାଦନ ଖଟି ।


ଯେବେ ଶବ ହୋଇ ଫେରେ ଟୋକା ପୁଅ ତାର

କାନ୍ଦି କାନ୍ଦି ଦିଏ ପୁଅ ମୁହଁ ରେ ନିଆଁ,

ହେ, କଲମ କହ ମୋତେ

ତୁମେ ଆଜି ଚୁପ୍ କିଆଁ?


ତୁମେ ଜାଣିଛ ତୁମ ଧାରରେ ରହିଛି

ଅଧିକ ଶକ୍ତି ତରବାରୀ ଠାରୁ ,

ତୁମେ ମୁକ ସାକ୍ଷୀ ଭୀଷଣ ଯୁଦ୍ଧର

ତୁମେ ପରା ସାକ୍ଷୀ ପ୍ରେମ ପ୍ରଣୟର

ତୁମ ଲେଖାରେ ହୁଏ ପ୍ରକୃତି ଜୀବନ୍ତ

ତୁମେ ମୌନ ହେଲେ ବି ଜଗତ ବିଦିତ


କଳଙ୍କି ଲାଗିଲା କି ତୁମରି ଶରୀରେ

ନିସ୍ତବ୍ଧ ଆଜି ଏ ଜରୁରୀ ବେଳାରେ

ତୁମ ଯଶ ରକ୍ଷା ଏବେ ତୁମରି ହାତରେ

ପୁଣି ଥରେ ଲେଖ ଅନ୍ୟାୟ ବିରୁଦ୍ଧ ରେ

ଏତିକି ଗୁହାରି ନେଇ ତୁମ ଦୁଆରେ ଠିଆ

ହେ, କଲମ କହ ମୋତେ

ତୁମେ ଆଜି ଚୁପ୍ କିଆଁ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍