STORYMIRROR

Alok Ranjan DASH

Others

3  

Alok Ranjan DASH

Others

ଏଇ ମୋ ଦେଶରେ

ଏଇ ମୋ ଦେଶରେ

1 min
308

ମୋର ଏ ଦେଶରେ,

ଆଶା ଓ ଆସ୍ଥା ର ସମନ୍ୱୟ ରେ

ଲେଖାଯାଏ ଏୈତିହ୍ୟ

ମନ୍ଦିର ଗାତ୍ରରେ ଅବା ପଥର ଦେହରେ

ଛାତି ପ୍ରଶସ୍ତ ହୁଏ ଗର୍ବ ରେ ।


ଯାହାର ଇତିହାସ ପ୍ରାଚୀନ

ଯିଏ କୋଟି କୋଟି ଜନତାଙ୍କ ସ୍ପନ୍ଦନ

ହିମାଳୟ ଠାରୁ କୁମାରିକା ଯାଏଁ

ବହେ ଶୀତଳ ବାଆ, ଭାରତ ଯା'ର ନାଆଁ,

ସେ ଦେଶ ର ମାଟି , ପାଣି , ପବନ

ପିଇଛି ମୁଁ ପାଇଛି ମୋ ଯୌବନ ।


ଯଦି ଜନ୍ମ ନିଏ ମାନବ ରୂପରେ,

କେବଳ ଏତିକି ଚାହେଁ

ପ୍ରତି ଥର ଜନ୍ମ ନିଏ ମୁଁ

ଏଇ ମୋର ଦେଶ ରେ ।



Rate this content
Log in