ଲୁହ ଦେବ ତ ଝରାଇ
ଲୁହ ଦେବ ତ ଝରାଇ
ଜୀବନର ଅଦେଖା,
ଅଜଣା ପଥରେ
ଦେଖା ହୋଇଗଲା
ବନ୍ଧୁ ତୁମ ସାଥିରେ ।
ପ୍ରଥମେ ଥିଲ ତୁମେ
ଅଚିହ୍ନା ଅଜଣା ମୋ ପାଇଁ,
ଆଉ ଆଜି ତୁମ ଓ ମୋ
ଭିତରେ ଭିନ୍ନତା କିଛି ନାହିଁ ।
ଆଗେ ଚାଲୁଥିଲି ଏକାକୀ
ଶୂନ୍ୟତାର ପଥରେ,
ସବୁ ଶୂନ୍ୟତା ମିଲାଇଗଲା
ତୁମ ସହ ପରିଚୟ ପରେ ।
ଜୀବନ ଯଜ୍ଞ ର ପ୍ରତିଟି ଅଭିନୟ
ଛାପି ହୋଇଯିବ ସ୍ମୃତି ହୋଇ,
ରହିଲା ମୋ ରାଣ ବନ୍ଧୁରେ
ଦେବ ନାହିଁ ସେ ସ୍ମୃତି କୁ ହଜେଇ ।
ମନ କେବେ ଯଦି ହୁଏ, ବେଳ ଯଦି ପାଅ
ବନ୍ଧୁ , ଅତୀତର ପୃଷ୍ଠା କୁ ଦେବ ଓଲଟାଇ,
ମନେ ପକାଇ ସେ ସ୍ମୃତି ସବୁକୁ
ଦି ବୁନ୍ଦା ଲୁହ ଦେବ ତ ଝରାଇ ।
