STORYMIRROR

Alok Ranjan DASH

Inspirational

3  

Alok Ranjan DASH

Inspirational

ମାଟି ମା' ଦିଏ ଆହ୍ୱାନ

ମାଟି ମା' ଦିଏ ଆହ୍ୱାନ

1 min
212

ଅମା ବୁକୁ ଚିରି ଦିଅ ହେ ଆଲୋକ

ଚାହିଁଛି ତୁମକୁ ଧରା,

ଆଜିର ଶିଶୁ ତୁମେ କାଲିର ନାଗରିକ

ହୋଇବ ପରା ।


ଜନମି ଅଛ ଯେ ଏ ଧରା ବକ୍ଷ ରେ

ଶୀତୁଆ କାକର ହୋଇ,

ରବିର କିରଣ ଚମକୁନ କିଆଁ

ହୀରା, ନୀଳା ,ମୋତି ହୋଇ ।


ଆଜି ର କଳିକା ତୁମେ

କାଲି କି କୁସୁମ ହେବ

ତୁମ ସୁକର୍ମ ସୁବାସେ

ଏ ସାରା ଧରଣୀ ଚହଟୁ ଥିବ ।


ଅଜ୍ଞାନ ତିମିରୁ ବାହାରି ତୁମେ ଯେ

ଦେବ ପୁଣି ଜ୍ଞାନାଲୋକ,

ସେ ଆଲୋକ ନେଇ ଦୁନିଆଁ ବଞ୍ଚିବ

ନ ହେବ ତୁମ ପରଲୋକ ।


ଉଠ ଜାଗ୍ରତ ହୁଅ ବୀର ସନ୍ତାନ

ନିଜ କର୍ମେ ଦିଅ ଧନ ,ଧ୍ୟାନ ,ମନ

ଅସାର ଏ କର୍ମ ହିନ ଜୀବନ

ମାଟି ମା ଦିଏ ଆହ୍ୱାନ ।


Rate this content
Log in

Similar oriya poem from Inspirational