STORYMIRROR

Alok Ranjan DASH

Inspirational

3  

Alok Ranjan DASH

Inspirational

ଧରଣିବଗିଚାର ଫୁଲ

ଧରଣିବଗିଚାର ଫୁଲ

1 min
226

ଏ ଧରଣୀ ଏକ ବଗିଚା,

ତୁମେ ଅଟ ତା'ର ଫୁଲ,

ତୁମେ ହସୁଥିଲେ ଦୁନିଆ ହସିବ

ନୁହେଁ କେହି ତୁମ ତୁଲ ।


ଅଟ ସିନା ଏବେ ତୁମେ ଛୋଟ ପିଲା

ଦିନେ ତ ହୋଇବ ବଡ଼,

ତମରି ମହକେ ଦୁନିଆ ବାସିବ

ଏବେ ସିନା ତୁମେ କଢ ।


ତୁମେ ହିଁ ପଢିବ ତୁମେ ହିଁ ଲଢିବ

ହବ ପୁଣି ବଦଲୋକ,

ତୁମରି ହାତ ରେ ଦୁନିଆ ରହିବ

ରଖିବ ଦେଶ ର ଟେକ ।


ଭାରତ ମାଆ ର ସମ୍ମାନ ରଖିବ

କଟିଯାଉ ପଛେ ଶିର,

ସବୁଠୁ ଶ୍ରେଷ୍ଠ ଭୀରୁ ନୁହଁ ତୁମେ

ତୁମେ ଅଟ କର୍ମବୀର ।


ଦାରିଦ୍ର୍ୟ ହଟାଇ ତୁମେ ଆମ ଦେଶୁ

ଗଢ଼ିବ ପୁଣି ନୂଆକରି,

ଦେଖାଇବା ଗର୍ବେ ଭାରତୀୟ ବୋଲି

ଆମେ ଆମ ଛାତି ଚିରି ।



Rate this content
Log in

Similar oriya poem from Inspirational