ନ୍ୟାୟ ବାଟେ ଅଛି ଯେ ମଣିଷ
ନ୍ୟାୟ ବାଟେ ଅଛି ଯେ ମଣିଷ
ନ୍ୟାୟ ବାଟେ ଅଛି ଯେ ମଣିଷ
ଦୁଃଖ ଯନ୍ତ୍ରଣା କେତେ ତା ପାଇଁ,
ଅନ୍ୟାୟ ଅନୀତି କର୍ମ କରେ ଯେ
ତା'କୁ କିଏ କିଛି କହନ୍ତି ନାହିଁ
ମିଥ୍ୟା ସହଚର କୋଟି କୋଟି ଜନ
ସତ୍ୟ ପଥ ସଦା ହୋଇଛି ନିର୍ଜନ,
ପାପ କର୍ମ ଯିଏ ଆଚରଣ କରେ
ତା ଯଶ ଉଡୁଛି ସାରା ନଗରେ
ରାତି ପରେ ଦିନ ଦିନ ପରେ ରାତି
ଯେଉଁ ଭଳି ଆସିଥାଏ,
ଅନ୍ୟାୟ ଅନ୍ଧାର ଅପସରି ଗଲେ
ସତ୍ୟ ସୂର୍ଯ୍ୟ ଉଇଁଥାଏ
