STORYMIRROR

Alok Ranjan DASH

Abstract

2  

Alok Ranjan DASH

Abstract

ନ୍ୟାୟ ବାଟେ ଅଛି ଯେ ମଣିଷ

ନ୍ୟାୟ ବାଟେ ଅଛି ଯେ ମଣିଷ

1 min
226

ନ୍ୟାୟ ବାଟେ ଅଛି ଯେ ମଣିଷ

ଦୁଃଖ ଯନ୍ତ୍ରଣା କେତେ ତା ପାଇଁ,

ଅନ୍ୟାୟ ଅନୀତି କର୍ମ କରେ ଯେ

ତା'କୁ କିଏ କିଛି କହନ୍ତି ନାହିଁ


ମିଥ୍ୟା ସହଚର କୋଟି କୋଟି ଜନ

ସତ୍ୟ ପଥ ସଦା ହୋଇଛି ନିର୍ଜନ,

ପାପ କର୍ମ ଯିଏ ଆଚରଣ କରେ

ତା ଯଶ ଉଡୁଛି ସାରା ନଗରେ


ରାତି ପରେ ଦିନ ଦିନ ପରେ ରାତି

ଯେଉଁ ଭଳି ଆସିଥାଏ,

ଅନ୍ୟାୟ ଅନ୍ଧାର ଅପସରି ଗଲେ

ସତ୍ୟ ସୂର୍ଯ୍ୟ ଉଇଁଥାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract