STORYMIRROR

Puspanjali Panda

Drama Romance

4  

Puspanjali Panda

Drama Romance

ସିନ୍ଦୁର

ସିନ୍ଦୁର

1 min
327

ମଥାର ମହାର୍ଘ୍ୟ ମଧୁର ସୁନ୍ଦର

ସଧବା ର ଆଭୁଷଣ ।।

ସାଜେ ମଥାପରେ ନାଲିରଙ୍ଗ ଧାରେ

ଲାଗଇ ଭାବ ପ୍ରବଣ।।

ବିବାହ ବେଦିର ସେ ନାଲିଅବିର

ସୁଖର ପସରା ମେଲି ।।

ସଙ୍ଗେ ଆସିଥାଏ ମନ ମିଳିଥାଏ

ସବୁ ଦିନ ଖେଳେ ହୋଲି।।

ଅହ୍ୟସୁଲକ୍ଷଣୀ ହୁଅଇ ଘରଣୀ

ସିନ୍ଦୁର ତାକତ ନେଇ ।।

ସକାଳ ସଞ୍ଜର କାମନା ତାହାର

ସିନ୍ଦୁର ସୁରକ୍ଷା ପାଇଁ ।।

ହେ ପ୍ରଭୂ ମୋହର ପ୍ରାର୍ଥନା ସ୍ୱଇକାର

ଅହ୍ୟ ଡେଙ୍ଗୁରା ଦେଇ ।।

ଶଙ୍ଖା ସିନ୍ଦୁର ରେ ନାଲି ଅଳତାରେ

ଯିବି ସଜବାଜ ହୋଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama