STORYMIRROR

Sunanda Mohanty

Abstract Drama Action

3  

Sunanda Mohanty

Abstract Drama Action

ଆଲୋକର ପର୍ବ

ଆଲୋକର ପର୍ବ

1 min
122


ଚେତନାର ଆଲୋକ ଚୈତନ୍ୟର ମହକ

ନେଇ ଆସିଛି ଦୀପାବଳି

ଆସୁରିକ କାମନା ବାସନାକୁ ଆଲୋକ

ସନ୍ଧାନେ, ଅମା ସବୁ ଦେଇ ଜାଳି

ମହମହ ମନ ଚନ୍ଦନ ଚନ୍ଦନ ବାସୁଥାଉ

ସାଥେ କସ୍ତୁରୀ କର୍ପୁର ବୋଳି

କାର୍ତ୍ତିକ ମାସର ସଂସ୍କୃତିର ପର୍ବ ଏହି

ଧର୍ମ ସଂସ୍ଥାପନା ପାଇଁ ଭାଳି

ପିତୃପୁରୁଷଙ୍କୁ ପୟା ଶ୍ରାଦ୍ଧ ଦେଇ ଶ୍ରଦ୍ଧାରେ

ସ୍ଵାଗତ କରିବା ମାଆ କାଳୀ

କାଉଁରିଆ ,ଦୀପ ,ସଞ୍ଜ ସଳିତା ,ଘିଅ ବତୀ

ସାଥେ ଶୁଦ୍ଧ ପୁତ କ୍ରିୟା ହସ୍ତେ ବାଳି

ଚଉରା କରି ବନ୍ଦାପନା ସିନ୍ଦୁରେ ସୁନ୍ଦରୀ

ଟେକିଦିଏ ଫୁଲ ଭୋଗ ଥାଳି

ତୁଳସୀ ମୂଳରେ ଚିତା ଚିନ୍ତା ଚେତନାରେ

ଆସୁରିକ ଯୁଦ୍ଧ ବିଦ୍ୱେଷ ଯାଉ ଜଳି

ଭଗବାନ ରୂପୀ ପିତୃପୁରୁଷମାନେ ଆସନ୍ତୁ

ଜାଗ୍ରତ କରି ସଭିଙ୍କୁ ମେଳି

ଅନ୍ଧାରେ ଆସି ଆଲୋକ ଦେଖି ବିଦାୟ

ନେଇ ଯାଆନ୍ତୁ ଆଶିଷ ଢାଳି

ହିଂସା ରାଗ ରୋଷ ଦୁଃଖ ଦୈନ୍ୟ ଅଶେଷ

ଯାଆନ୍ତୁ ଆଲୋକରେ ଜଳି

ଆଲୋକ ପସରା ଅନେକ ଆସରା ଦିଏ ବି

ଇସାରା ଯାତନେ ଗୋଳି

ବ୍ରାହ୍ମଣ ଗୁରୁ ପିତାମାତା ଗୁରୁଜନ ସଭିଙ୍କୁ

ବନ୍ଦାପନା କରି ସଜାଡ଼ିବା ଥାଳି

ଫୁଲର ମହକେ ଧୂପର ସୁବାସେ ଘିଅ ବାସ୍ନାରେ

ଫୁଟୁଥାଉ ଅଳି ଦେଇ କରତାଳି

ସୁରୁଜ ବୁଣିବେ ମୁରୁଜ ଖରାରେ ଚାନ୍ଦ ଉଇଁବାକୁ

ଆଲୋକ ପର୍ବ,ଅମାବାସ୍ୟା ଅନ୍ଧାର ଦେବ ଜାଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract