Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JitendraNath Gahir

Drama

3  

JitendraNath Gahir

Drama

ଥୁଣ୍ଟା ବରଗଛ

ଥୁଣ୍ଟା ବରଗଛ

1 min
251


ଦିନ ହେଉ ନା ରାତି

ନା ଶୀତ ହେଉ କି ତାତି

ଭୋକ ହେଉ ନା ଶୋଷ

ନା ବର୍ଷା ହେଉ କି ବୈଶାଖ ,

କାହାକୁ ତାର ଖାତିର ନାହିଁ

ଜଣେ ପରାକ୍ରମୀ ରାଜାର

ଦ୍ବାରପାଳ ପରି ଗାଁ ମୁଣ୍ଡରେ ଠିଆ ହୋଇଛି

ଏକ ଥୁଣ୍ଟା ବରଗଛ ଏତିକି ହିଁ ସତ ।୧।

କେଉଁକାଳୁ ଓ କେବେଠାରୁ

ନିର୍ବାକ ପାଷାଣ ପରି

ଚୁପ୍ ଚାପ୍ ସବୁ ସେ ଦେଖୁଛି

ଏକଥା କେହି ଜାଣେ ନାହିଁ,

କିନ୍ତୁ ସମୟ ସ୍ରୋତରେ

ଅତୀତ ଓ ବର୍ତ୍ତମାନର

ପରିବର୍ତ୍ତନର ସ୍ବର ଯେ

କେତେ ବଦଳିଛି

ଏକଥା ଠିକ୍ ବୁଝିଥିବ ସେହି ? ।୨।

ପୁଣି ତା ଆଖି ସାମନାରେ ପାଉଁଶ ହୋଇ

ମାଟିରେ ମିଶିଗଲେ କାହିଁ କେତେ ଧୋତି ,

ଆଉ କେତେ ସଧବା ହାତରୁ ଭଙ୍ଗାଯାଇଛି ଶଙ୍ଖା

ଏବଂ ଯୌବନରେ ଦିଆଯାଇଛି ତାଙ୍କୁ

ବିଧବାର ଅସହ୍ୟ ରୂପ

ଏସବୁ ଭୟାବହ ଦୃଶ୍ଯର

କେବଳ ସେ ହିଁ ମୂକସାକ୍ଷୀ ।୩।

କେତେ ଝିଅ ବାହା ହୋଇ

ଗାଁ ରୁ ବିଦାୟ ନେଲେଣି

ଚିରଦିନ ପାଇଁ ,

ହେଲେ ଆଉ କେତେ ପରିବାର

ନିଜର ଘରକୁ ଉଜାଡି

ଦାଦନ ଯାଇଛନ୍ତି

ସର୍ଦ୍ଦାରର ମହଲ ଗଢିବା ପାଇଁ ।୪।

କିନ୍ତୁ କେତେ ଗଲେ କେତେ ଫେରିଲେ

କେତେ ମଲେ କେତେ ଜୀଇଁଲେ

ଏ ସବୁର ହିସାବ ଯଦି

କିଏ ତାକୁ ପଚାରେ

ତେବେ ମୋତେ ତ ଲାଗୁଛି ସେ

ଗୋଟି ଗୋଟି କରି ଠିକ୍ ଠିକ୍

ସବୁଦେବ କହି। ୫।


Rate this content
Log in