STORYMIRROR

JitendraNath Gahir

Others

3  

JitendraNath Gahir

Others

ବିଶ୍ୱାସୀ ବନ୍ଧୁ

ବିଶ୍ୱାସୀ ବନ୍ଧୁ

1 min
269

ଏଇ ଦୁନିଆର ପରିଧି ଭିତରେ

ଅଛନ୍ତି ଅନେକ ବନ୍ଧୁ,

ସବୁ ବନ୍ଧୁ ଠାରୁ ଅତି ଆପଣାର

ଅଟନ୍ତି ମୋ ଦୀନବନ୍ଧୁ ।୧।

ତାଙ୍କ ପରି ବନ୍ଧୁ ଥିଲେ ଯାର ପାଖେ

ଲୋଡା ନାହିଁ ଧନ ଜନ

ଜଗତର ନାଥ ସିଏ ଜଗନ୍ନାଥ

ଭକ୍ତବନ୍ଧୁ ଜନାର୍ଦ୍ଧନ ।୨।

ସିଏ ମୋର ସଖା ସିଏ ମୋର ବନ୍ଧୁ

ସିଏ ମୋର କର୍ତ୍ତାଧର୍ତ୍ତା

ସିଏ ହିଁ ବିଶ୍ବାସ ସିଏ ହିଁ ନିଃଶ୍ବାସ

ସିଏ ମୋ ଭାଗ୍ୟ ବିଧାତା । ୩।

ବିପଦଆପଦେ ସିଏ ମୋର ସାହା

ସିଏ ବାପା ମାଆ ମୋର

ସିଏ ହିଁ ଭରସା ସିଏ ହିଁ ଆଦ୍ଯାଶା

ସିଏ ମୋର ପରିବାର ।୪।

ତାଙ୍କ ପରି ବନ୍ଧୁ ଏଯାଏଁ ପାଇନି

ଏଇ ଜୀବନରେ ମୋର

ତୁମରି କୃପାରେ ଜୀବନ ବିତୁରେ

କୃପାସିନ୍ଧୁ କୃପା କର ।୫।

ଅବାଟ ରେ ଯଦି ପାଦ ମୋର ବଢେ

ଭଲ ବାଟେ ମତେ ନେବ

ସ୍ନେହ ଶ୍ରଦ୍ଧା ପ୍ରେମ ଦୟା କ୍ଷମା ସାଥେ

ଶୁଭ ବୁଦ୍ଧି ମତେ ଦେବ

ପ୍ରଭୁ ଶୁଭବୁଦ୍ଧି ମତେ ଦେବ ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍