STORYMIRROR

JitendraNath Gahir

Inspirational

3  

JitendraNath Gahir

Inspirational

ହେ ନାଥ

ହେ ନାଥ

1 min
39


ହେ ନାଥ !

ରଥ ଯାତରାକୁ ଜଗି ରହିଥିଲି

ବରଷୁ ଦେଖିବା ପାଇଁ ,

ଆସିବା ବାଟକୁ ଚାହିଁ ମୁଁ ରହିଛି

ଦରଶନ ଦିଅ ସାଇଁ

ଥରେ ଦରଶନ ଦିଅ ସାଇଁ ।୧।

ଯତନେ ଆଣିଛି ପିନ୍ଧାଇବି ବୋଲି

ଗଳାରେ ତୁଳସୀ ମାଳ,

ଖୋଳ ତାଳ ଧରି ସଂକୀର୍ତ୍ତନ କରି

ଘଣ୍ଟ ଶଙ୍ଖ ନାଦେ

ଦେଇ ଜୟ ହରିବୋଲ ।୨।

ଭବସାଗର ରେ ପାରିହେବା ଯାଏଁ

ଗାଉଥିବି ତୋ ଭଜନ ,

ତୁମରି ନାମକୁ ଜପୁଥିବି ପ୍ରଭୁ

ଜୀବ ଥିବା ଯାଏଁ

ରାତି ହେଉ ଅବା ଦିନ। ୩।

ହୃଦୟରୁ ମୋର ଦୂର କରି ଦିଅ

ମାୟା ମୋହ ବନ୍ଧନର,

ଚରଣରେ ତୋର ଶରଣ ମୁଁ ଗଲି

ଉଦ୍ଧାରିବ ପ୍ରଭୁ

ଏତିକି ପ୍ରାର୍ଥନା ମୋର। ୪।

ଜିତେନ୍ଦ୍ର ନାଥ ଗହିର, ଢଙ୍କସର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational