ପାରମ୍ପରିକ ଚାକିରୀ
ପାରମ୍ପରିକ ଚାକିରୀ
ଆଜିକାଲି ବିଭିନ୍ନ ପ୍ରକାର
ସରକାରୀ, ବେସରକାରୀ
ସବୁ ଚାକିରୀ ଅଛି l
କିନ୍ତୁ ଇଏ ହେଉଛି ଏକ
ପାରମ୍ପରିକ ଚାକିରୀ l
କେଉଁ ସମୟରୁ ଏ ଚାକିରୀ
ଆରମ୍ଭ ହୋଇଛି କେହି
ବୋଧେ କହିବାଟା ମୁସ୍କିଲ l
ଚାଲିଛି ଏମିତି ପାରମ୍ପରିକ ରୀତିରେ
କେଉଁ ଆବାହମାନ କାଳରୁ
ଆଉ ଭବିଷ୍ୟତରେ ଚlଲିବ ମଧ୍ୟ
ଆଜି ଯାଏଁ ଏ ଚାକିରୀ
ସରକାରୀ ହୋଇନି ,
କେବଳ ସମାଜର ସ୍ୱୀକୃତି ଓ
ଚୁକ୍ତିନାମା ପତ୍ର କରିବାକୁ ପଡେ,
କେଉଁ ଦେଶରେ ବର୍ଷିକିଆ ଚୁକ୍ତିନାମା
କରିବାକୁ ପଡେ ତ,
କେଉଁ ଦେଶରେ ଛ ମାସିଆ ଚୁକ୍ତିନାମା
କେଉଁଠାରେ କୋର୍ଟରେ ଚୁକ୍ତିନାମା
କରିବାକୁ ପଡିଥାଏ ତ
କେଉଁଠାରେ ଆଜୀବନ ଚାକିରୀ
କରିବାକୁ ପଡିଥାଏ .,
ଆଉ କେଉଁଠାରେ ସବୁ ଠିକ ଥାଇ
ଚାକିରୀ ହରାଇବାକୁ ମଧ୍ୟ ପଡିଥାଏ
ଆଜିକାଲି ଦୁନିଆରେ ଚାକିରୀ ପାଇଁ
ଲାଞ୍ଚ ନ ଦେଲେ କିଛି ହୁଏନାହିଁ
ଏଠାରେ ଲାଞ୍ଚ ହେଉଛି ଯୌତୁକ
ଓ ଶାଶୁଘର ହେଉଛି ଚାକିରୀ
ଦୁଇଟି ଯାକ ଦେଇ ଠିକ କଲାବେଳକୁ
ବାପା ମାଆଙ୍କ ପାଇଁ କlଠିକର ପାଠ
ହେବା ସାଙ୍ଗକୁ ପାହାଡ଼ ସଦୃଶ୍ୟ
ପ୍ରତ୍ୟାୟମାନ ହୋଇଥାଏ l
