STORYMIRROR

BULU BEHERA

Drama Romance

3  

BULU BEHERA

Drama Romance

ମୋ ଝିଲିମିଲି

ମୋ ଝିଲିମିଲି

1 min
421


ଝିଲିମିଲି  ମୋ  ଝିଲିମିଲି,

ଓଠ  ତୋହର  କେଡେ ନାଲି l


ଢଳି  ଢଳି  ତୁ  ଆସୁ  ଚାଲି,

ହେବା ପାଇଁ  ମୋ ଘର ବାଲି l


ଆ' ଗୋରୀ  ଆ,  ଧରା  ଦେଇ ଯା,

ରଖିବି  ମୁଁ  ତୋତେ କହୁଛି  ଖୋଲି  l

ଝିଲି ।


ମନକୁ  ମୋର  ତୁ   କିଣିଛୁ,

ଚୁମ୍ବକ  ପରି  ତୁ   ଟାଣୁଛୁ  l


ହସିଦେଲୁ  ତୁ   ଫସିଗଲି,

ପ୍ରେମ  ସାଗରେ 

; ଡୁବି  ଗଲି l


ଅକୁହା  କଥା  ପାରୁନି  କହି,

କେମିତି  ତୋତେ  କହିବି  ବୋଲି,

ଝିଲି ।


ଏ  ଦୁନିଆକୁ   ନାହିଁ  ଡର,

ତୁ  ହେବୁ ମୋର  ମୁଁ  ତୋହର  l


ସତ  କହୁଛି  ମିଛ  ନାହିଁ,

ରାଣ  ଖାଉଛି  ତୋତେ  ଛୁଇଁ  l


ପ୍ରେମ  କରୁ  କହିଦେ  ମୋତେ,

ଲାଜ  ନ କରି  ମୋ'  ଶର୍ମିଲି,

ଝିଲି ।

  

  


Rate this content
Log in

Similar oriya poem from Drama