କରୋନା ଓ ବିଚଳିତ ଜୀବନ
କରୋନା ଓ ବିଚଳିତ ଜୀବନ
କରୋନାର ଫାଶେ ଜୀବନ ଜୀବିକା
ସବୁ ଯେ ରହିଛି ଅଧା
ଜୀବନ ସାଥିରେ ଜୀବିକା ବି ଆଜି
ପଡି ଯାଇଅଛି ବନ୍ଧା ।
ଖଟି କରି ପେଟ ପୋଷୁଥିଲେ ସବୁ
ସବୁ ତ ତାଲା ପଡିଲା
ଯାହା ସଞ୍ଚିଥିଲେ ସେଥିରେ ଚଳିକି
ସବୁ ପୁରା ସରିଗଲା ।
ବାହାରକୁ ଗଲେ କରୋନାର ଡର
ଘରେ ତ ଭୋକର ଜ୍ୱାଳା
କେମିତି ବଞ୍ଚିବେ ଗରିବ ମଣିଷ
ପଡିଛି ଖରାପ ବେଳା ।
ରୋଗକୁ ଡ଼ରିକି ଘରେ ସିନା ଅଛୁ
ଭୋକ ତ ସହି ହଉନି
କେତେଦିନ ଆଉ ଦୟାରେ ବଞ୍ଚିବୁ
କଷ୍ଟ ତ ସହି ହଉନି ।
ଦୁଇ ପଇସା ରୋଜଗାର ନାହିଁ
ଲାଗୁଛି ତ ରୋଗ ଡର
ଘରେ ମାରୁଅଛି ଭୋକର ରାକ୍ଷସ
ବାହାରେ କରୋନା ଡର ।
କେତେ ସ୍ୱପ୍ନ ଥିଲା ପୂରଣ ହେବାକୁ
କରୋନା ଯେ ଦେଲା ସାରି
ପକେଟ ଯେ ପୁରା ଖାଲି ହୋଇଗଲା
ହୋଇଲା ଜୀବନ ଭାରି ।
ପ୍ରତି କ୍ଷଣେ ଖାଲି ଡର ରହିଥାଏ
ରୋଗ ଯେ ମାଡି ଆସିବ
ଜୀବନ ନାଟକେ କିଏ ଜାଣେ କେବେ
ପୁର୍ନଛେଦ ପଡିଯିବ ।
କେତେ ସ୍ୱପ୍ନ ନେଇ ବାହାରକୁ ଯାଇ
ରୋଜଗାର କରୁଥିଲି
ପଇସା ଯାହା ସଞ୍ଚିଥିଲେ ପାଖେ
ତାହା ପୁଣି ଛାଡିଦେଲି ।
ସତରେ ମଣିଷ ଗୋଡ଼ରେ ଆଜି ତ
ଶିଙ୍କୁଳି ଯେ ଲାଗିଅଛି
ଘରେ ପରିବାର ଦୁଃଖ ମୁହଁ ଦେଖି
ଛାତି ଯେ ଫାଟି ଯାଉଛି ।
କେମିତି ବଞ୍ଚିବି ତାଙ୍କୁ ବଞ୍ଚାଇବି
କରୋନାର ସମୟରେ
ବାହାରେ ରୋଗକୁ ଘରେ ଭୋକ ଜ୍ୱାଳା
ମାରିବି ମୁଁ କେଉଁଥିରେ ।
କରୋନା ଆଉ ଏ ଜୀବନ ତ ଆଜି
ବିଚଳିତ କରିଅଛି
ଆସ୍ତେ ଆସ୍ତେ କରି ଗଡୁଥିବା ଗାଡି
ବନ୍ଦ ହେଇ ଯାଇଛି ।