STORYMIRROR

Debabrata Mishra

Abstract Drama Inspirational

3  

Debabrata Mishra

Abstract Drama Inspirational

ଧର୍ମ କାନ୍ଦୁଛି

ଧର୍ମ କାନ୍ଦୁଛି

1 min
407


ମା' ଭାରତୀଙ୍କ ଔରସରୁ ଆଉ 

ଜାତ ହେଉନାହାଁନ୍ତି ବୀର ନାରୀ ଓ ପୁରୁଷ, 

କିଛି ହତାଶ କିଛି ନିରାଶ କିଛି ବେହୋସ

ଆଉ କିଛି ମିଛ ଗଣତନ୍ତ୍ରର ଚାବୁକରେ ହେଉଛନ୍ତି ହାରାସ,

ମାଟି ତା' ସିଂହ ଭଗତକୁ ଖୋଜୁଛି

ଏ ମାଟିର ମମତା ତା' ସୁଭାଷକୁ ଝୁରୁଛି

ଏ ଭାରତ ମାତା ତାର ବାହାଦୁର ଲାଲ୍ କୁ ସ୍ମରୁଛି,

ଏ ଦେଶ ପରା ଶ୍ରୀରାମଙ୍କ, ଶ୍ରୀକୃଷ୍ଣଙ୍କ ଦେଶ

ଶ୍ରୀକୃଷ୍ଣ କାହିଁକି ଆସୁନାହାନ୍ତି ବସ୍ତ୍ରଦାନ ପାଇଁ

ସେ କ'ଣ ଦ୍ରୌପଦୀ ଉପରେ ସନ୍ଦେହ କରୁଛନ୍ତି..! 

ଧୃତରାଷ୍ଟ୍ରର ଦୂତଗଣ କେମିତି ଏଠାରେ

ଫୁଲମାଳରେ ବାରବାର ହେଉଛନ୍ତି ଅଭିନନ୍ଦିତ

ଶଙ୍କୁନିର ବଂଶଧର ମାନେ ନଖ ଘସୁଛନ୍ତି, 

ଯେଉଁ ପ୍ରଜା ଦିନେ ରାମଙ୍କୁ ବାଧ୍ଯ କରିଥିଲା

ସୀତାଙ୍କୁ ତ୍ୟାଗୀବା ପାଇଁ ଜଙ୍ଗଲରେ

ସେ ପ୍ରଜା ଆଜି ମଦ ମାଂସରେ ହୋଇ ମଦମତ୍ତ

ରାବଣ, ଦୁର୍ଯୋଧନ ଓ ଦୁଶାସନକୁ ପ୍ରଣାମ କରୁଛି

ବିଶ୍ୱାସ ଘାତକକୁ ବାରମ୍ବାର ବିଶ୍ବାସ କରୁଛି କେମନ୍ତ ! 

କାହିଁ କେହି ତ ବିଭୀଷଣ ଆସୁ ନାହାଁନ୍ତି 

ରାମ ଚିନ୍ତାଧାରାକୁ ଆଗକୁ ନେବାକୁ ଗୃହଶତ୍ରୁ ସାଜି, 

ନା ହେଉଛି ମହାଭାରତ ପରି ଯୁଦ୍ଧ

ନା ହୋଇପାରୁଛି ଗଣତନ୍ତ୍ରର ଉଦ୍ଧାର ପାଇଁ

ବାନର ସେନାଙ୍କ ସହଯୋଗ ସାମାଜିକ ସେତୁବନ୍ଧ ! 

ଏଠି ତ ସମସ୍ତେ ନିଜକୁ ରାବଣ ହେବାକୁ ଚାହୁଛନ୍ତି

କହୁଛନ୍ତି... ରାମ ହେବା ଭାରି ଯନ୍ତ୍ରଣାଦାୟକ

କିଏ କାହିଁ ଯିବ ବନବାସ ପିତାସତ୍ୟ ପାଳି ! 

ପିତାମାନେ ତ ହଜିଯାଉଛନ୍ତି ଧିରେ ଧିରେ

ଧର୍ମ ଅଧର୍ମ ପରିଭାଷା ବଦଳିବାକୁ ଲାଗିଲାଣି ବୋଧେ

ଘୋର ବିପଦର ଅନ୍ଧାର ମାଡ଼ି ଆସୁଛି ! 

ଧର୍ମ କାନ୍ଦୁଛି ଅନେକ ଦିନ ଧରି 

ଅଧର୍ମର ପୂଜା ହୋଇ ଅଧର୍ମୀଙ୍କ ମନ୍ଦିର ଗଢାଚାଲିଛି

ହେ ଧର୍ମ ଦେବତା ଦେଖୁଛ ତ ସବୁ

ଲୁହ ପୋଛିବାକୁ ମା'ର କାନି ନାହିଁ ତାକୁ 

ଚିରିଦେଲେଣି କିଛି ଗଣତନ୍ତ୍ରର ହତ୍ଯାକାରୀ

ତୁମେ ଆସ ପ୍ରଭୁ ଲୁହ ପୋଛିବାକୁ

ଧର୍ମ କାନ୍ଦୁଛି ପ୍ରଭୁ ଭୋ ଭୋ ହୋଇ କାନ୍ଦୁଛି ! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract