ତୁମ ସ୍ମୃତି ମନେପଡେ
ତୁମ ସ୍ମୃତି ମନେପଡେ
କେତେ ଧାଇଛି
ତୁମ ପଛରେ
ସେ ସବୁର ହିସାବ ନାହିଁ,
ଆଣ୍ଠୁଗଣ୍ଠି ଛିଡ଼ିଯାଇଛି
ସେସବୁକୁ ମୋର ଖାତିର ନାହିଁ,
ଧାଇଁଥିଲି ଧରିବାକୁ ମୁଁ
ପ୍ରଭୁ ରାମଚନ୍ଦ୍ର ସାଜି
ନା' ତୁମେ ରାବଣର ହେଲ
ନା ' ହେଲ ରାମଚନ୍ଦ୍ରଙ୍କର
ପ୍ରତି ହିଂସାରେ ତୁମେ ଜଳି
ଦୁର୍ବୃତ୍ତମାନଙ୍କ ଅତ୍ୟାଚାରରେ
ତୁମେ ପାଉଁଶ ହୋଇଗଲ ,
ହେଲେ ପ୍ରିୟତମା ମୋର
ତୁମେ ସିନା ଛାଡି ଚାଲିଗଲ
ପ୍ରିୟେ ଆର ପୂରକୁ,
ଏକା ଏକା କରି ମୋତେ
କିନ୍ତୁ ମୁଁ ଭୁଲି ପାରିବିନି
ତୁମର ସେହି
ଅତୀତର କଥା ସବୁ
ତୁମେ ଥିଲ ମୋର
ମୁଁ ଥିଲି ତୁମର
ରହିଗଲ ତୁମେ
ଚିର ଦିନ ପାଇଁ
ମୋର ଅତୀତ ଓ ବର୍ତ୍ତମାନର
ଚିର ସ୍ମୃତି ହୋଇ ।