STORYMIRROR

BULU BEHERA

Drama Romance Tragedy

3  

BULU BEHERA

Drama Romance Tragedy

ତୁମ ସ୍ମୃତି ମନେପଡେ

ତୁମ ସ୍ମୃତି ମନେପଡେ

1 min
426

କେତେ  ଧାଇଛି 

 ତୁମ  ପଛରେ

ସେ ସବୁର  ହିସାବ ନାହିଁ,

ଆଣ୍ଠୁଗଣ୍ଠି  ଛିଡ଼ିଯାଇଛି

ସେସବୁକୁ ମୋର  ଖାତିର ନାହିଁ,

ଧାଇଁଥିଲି  ଧରିବାକୁ ମୁଁ 

ପ୍ରଭୁ ରାମଚନ୍ଦ୍ର ସାଜି

ନା' ତୁମେ ରାବଣର  ହେଲ

ନା ' ହେଲ ରାମଚନ୍ଦ୍ରଙ୍କର

ପ୍ରତି ହିଂସାରେ ତୁମେ ଜଳି

ଦୁର୍ବୃତ୍ତମାନଙ୍କ  ଅତ୍ୟାଚାରରେ

ତୁମେ ପାଉଁଶ ହୋଇଗଲ ,

ହେଲେ ପ୍ରିୟତମା ମୋର 

ତୁମେ ସିନା ଛାଡି ଚାଲିଗଲ

ପ୍ରିୟେ  ଆର ପୂରକୁ,

ଏକା ଏକା କରି  ମୋତେ

କିନ୍ତୁ  ମୁଁ  ଭୁଲି ପାରିବିନି

ତୁମର  ସେହି 

ଅତୀତର  କଥା ସବୁ

ତୁମେ ଥିଲ ମୋର

ମୁଁ  ଥିଲି  ତୁମର

ରହିଗଲ  ତୁମେ

ଚିର ଦିନ  ପାଇଁ

ମୋର ଅତୀତ ଓ  ବର୍ତ୍ତମାନର

 ଚିର  ସ୍ମୃତି  ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama