STORYMIRROR

kamal kumar dash

Drama Tragedy Classics

3  

kamal kumar dash

Drama Tragedy Classics

କଥା ଥିଲା ପରା

କଥା ଥିଲା ପରା

1 min
19


କେତେ ରାତି ଆସି ଚାଲିଗଲା ଏଠି 

   କଥା ଦେଇ ଆସିଲନି 

କେତେ ଫୁଲ ଫୁଟି ଝଡ଼ିଗଲା ଏଠି 

   ପଛେ ଫେରି ଚାହିଁ ଲନି ।


ଆଖିର ଲୁହ ମୋ ଆଖିରେ ଶୁଖିଲା 

    ତୁମରି ବାଟକୁ ଚାହିଁ 

କଥା ଦେଇ ତୁମେ  କେମିତି ଭୁଲିଲ 

    ଭୁଲିବା କାହା ପାଇଁ ।


କେତେ ମୁଁ ଲେଖିବି ଲୁହରେ କବିତା 

   ସାଥି ଆଜି ତୁମ ପାଇଁ 

କଥା ଥିଲା ପରା  ଦୁହେଁ ଦୁହିଁଙ୍କର 

   ଲୁହ ପୋଛିଦେବା ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama