STORYMIRROR

sudhakar sethi

Drama

3  

sudhakar sethi

Drama

ଚଗଲି ଶ୍ରାବଣୀ

ଚଗଲି ଶ୍ରାବଣୀ

1 min
24


ଅଝଟ ଶ୍ରାବଣୀ ତୋଠାରୁ ଦୁଷ୍ଟ 

ଭିଜାଇ ଦେଲା ଦେହ

ତା ଛୁଆଁରେ ନ ଥିଲା ମାଦକତା

ନହେଲା ମନେ ଶିହରଣ


ପ୍ରତାରଣାର ଆସୁଥିଲା ଗନ୍ଧ

ଭିଡି ଧରୁଥିଲା ମତେ

ତା ଚଗଲି ମନକୁ ଯୋଡିବାକୁ

ଭିଜୁ ଥିଲା ମୋ ସାଥେ


ଖିଆଲି ମନରେ ଭିଜୁ ଥିଲି ମୁଁ

ଭିଜୁଥିଲି ସ୍ମୃତି ଖୋଜି

ତାହାର ଏମିତି ପ୍ରବେଶ କାହିଁକି

ମନେ ହେଉଥିଲି ଭଜି


ସେତ ନଥିଲା ମନର ମାନସୀ

ନ ଥିଲା ମୋହର ପ୍ରେମ

କେମିତି କାହିଁକି ମୋତେ ସେ ଲୋଡୁଛି

ହୋଇଛି କି ମତି ଭ୍ରମ


ଦେଖିଛି ଆଖିରେ କେତେ କେତେର

ଦେଇଛି ଭିଜେଇ ମନ

ଆଜିବି ଆଖିରୁ ଝରାନ୍ତି ଅଶ୍ରୁ

ବିରହେ ହୁଅନ୍ତି ବିକଳ


ଏମିତି ଚଗଲି ସାଥେ ଚାଲିବାକୁ

ମନରେ ନାହିଁ ମୋ ଇଛା 

ଜୁହାର ତାହାର ପ୍ରେମ ନିବେଦନ

ଦେଉଛି ମନେ ସେ ବ୍ୟଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama