Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadhucharan Khamari

Drama

4.2  

Sadhucharan Khamari

Drama

ଜୀବନର ପରିଭାଷା

ଜୀବନର ପରିଭାଷା

1 min
83


ସ୍ବପ୍ନ ଓ ବାସ୍ତବତା ମଧ୍ୟରେ ଏତିକି ପ୍ରଭେଦ 

ବାସ୍ତବତା ଦୁଃଖ ଦିଏ, 

ଆଉ ସ୍ବପ୍ନ ଦିଏ ଖୁସି, 

ସେ ଖୁସିଟା କେବଳ ଆଖି ବନ୍ଦ ଥିବାଯାଏଁ, 

ଥରେ ଆଖି ଖୋଲିଗଲେ, ଖୁସିର ମହାଶୂନ୍ୟତା ପରିଲକ୍ଷିତ ହୁଏ ।

କିନ୍ତୁ ଦୁଃଖ, ଜୀବନ ସହ ତା'ର ଗଭୀର ସମ୍ପର୍କ, 

ଥରୁଟିଏ ତାକୁ ଦୂରେଇବାକୁ ଚେଷ୍ଟା କଲେ, 

କେମିତି କେଜାଣି ଏକ ନୂତନ ରୂପରେ ଉଦ୍ଭାସିତ ହୁଏ । 

ବାସ୍ତବତା ଆଉ ଦୁଃଖର ସମ୍ପର୍କ ଠିକ ଲୁହା ଆଉ ଚୁମ୍ବକ ପରି, 

ଚୁମ୍ବକର ଆକର୍ଷଣରେ ଯେପରି ଲୁହା ନିଜକୁ ଆୟତ୍ତ କରିପାରେନା, 

ବାସ୍ତବତାର ଆକ୍ରୁଷ୍ଟରେ ଦୁଃଖ ବି ଅଣାୟତ୍ତ ହୋଇଯାଏ ।

ଏଇତ ଜୀବନର ପରିଭାଷା ।।।



Rate this content
Log in

Similar oriya poem from Drama