ନିବିଡ଼ ସମ୍ପର୍କ
ନିବିଡ଼ ସମ୍ପର୍କ
ପିଠି ଉପରେ ତୁମ ସେହି ସ୍ପର୍ଶାତୁର ଅଙ୍ଗରେ ଯେତେବେଳେ ଚୁମ୍ବନଟିଏ ଆଙ୍କିଦେଲି,
ସେତେବେଳେ ତୁମେ ଅନୁଭବ କଲ ପୁରୁଷ ସ୍ପର୍ଶର ଉତ୍ତେଜନା ।
ସିରସିରେଇ ଯାଇଥିଲା ତୁମ ଅର୍ଦ୍ଧ ଖୋଲା ବଦନ,
ନିଜକୁ ସମ୍ଭାଳି ପାରିଲନି, ଅନାବୃତ ହେଲ ।
ତୁମ ଶରୀରର ପ୍ରତିଟି ଅଙ୍ଗକୁ ଅପଲକ ନୟନରେ ଚାହିଁଥିଲି,
ତୁମ ଖୋଲା ବଦନକୁ ଆଖି ପୁରେଇ ଦେଖି ସାରିବାପରେ,
ଚେଷ୍ଟା କଲି କାମନାର ତୃଷ୍ଣା ତୁମ ଠାରେ ମେଣ୍ଟାଇବାକୁ ।
ତୁମେ ବି କାମନା ଓ ବାସନାରେ ଜର୍ଜରିତ ଥିଲ,
ତୁମ କାମନା ମୋତେ ଆଉଟିକେ ରୋମାଂଚିତ କଲା,
ଖୋଲା ବଦନ ଆଉ ଉଛୁଳା ଯୌବନକୁ ଦେଖି, କିଏ ବା ନିଜକୁ ନିଯନ୍ତ୍ରିତ କରିଥାନ୍ତା ?
ତୁମ ସମୁଦ୍ର ରୁପି ମୁକୁଳା ଦେହକୁ ମନ୍ଥନ କଲି,
ତୁମେ ବି ମନ୍ଥିତ ହେଲ, ମୋ ବାହୁ ବନ୍ଧନରେ ।
ଅନେକ ଚେଷ୍ଟା ଆଉ ପ୍ରଚେଷ୍ଟା ପରେ ମୋ ଦେହରୁ ଅମୃତର ଧାର ନିଗିଡି ଗଲା,
ଅମୃତ ଲଭି ତୁମେ ତୃପ୍ତ ହେଲ,
ଶାନ୍ତ ହେଲା ଆମ ଶରୀର ରୁପି ଅଶାନ୍ତ ସାଗର ।

