STORYMIRROR

Sadhucharan Khamari

Abstract

2  

Sadhucharan Khamari

Abstract

ପ୍ରତାରଣାର ରଙ୍ଗ

ପ୍ରତାରଣାର ରଙ୍ଗ

1 min
130

ଅତୀତର ଅନେକ ପ୍ରତିଶୃତି

ଆଜି ପାଣିର ଗାର ପାଲଟିଲା

ଜୀବନରେ ଏତେ ପରିବର୍ତ୍ତନ ପ୍ରଥମେ ପାଖରୁ ଦେଖୁଛି

ତୁମ ସହ କାଟି ଥିବା ପ୍ରତିଟି ମୁହୂର୍ତ୍ତ,

ତୁମ ପାଦ ଦେଶରେ ସମର୍ପିତ ସେ ମୂଲ୍ୟବାନ ସମୟ,

ତୁମ ବକ୍ଷ ଦେଶରେ ଢାଳି ଦେଇଥିବା ଅସରନ୍ତି କୋହ,

ଆଉ ସେ ଭଲ ପାଇବା

ଯାହାକୁ ପାଇବା ପାଈଁ ତୁମେ ପ୍ରେମ ପାଗିଲିନି ସାଜିଥିଲ

ଆଜି ନିମିଷକେ ସବୁ ଧ୍ବଂସ ପାଇଗଲା

ଜୀବନ ନଈରେ ଏମିତି ଏକ ଜାଗାରେ ଛିଡା କରିଦେଇଛ

ନା ନାଆକୁ ଦୋଷ ଦେଇ ପାରୁଛି, ନା ନାଉରିକୁ

ସମୟ ନଈରେ ଭାସି ଯାଇଛି ମୋ ଭଲ ପାଇବାର ଅସ୍ତିତ୍ୱ

ଦିନ ଥିଲା ତୁମେ ନାଆ ଆଉ ନାଉରି ସାଜିଥିଲ,

ଆଜି କିନ୍ତୁ ବାସ୍ତବତା ଆଘାତ ଦିଏ ମୋତେ

ତୁମେ ନାଆ ନୁହଁ କି ନାଉରି ବି ନୁହଁ

ତୁମେ ଆଜି ପାଲଟିଛ ଘୁର୍ଣ୍ଣିବଳୟ

ବୁଡେଇ ଦେଇଛ ମୋ ଅତୀତକୁ,

ମୋ ରଙ୍ଗୀନ ସ୍ବପ୍ନକୁ

ପ୍ରତାରଣାର ରଙ୍ଗ ଲଗେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract