STORYMIRROR

Sadhucharan Khamari

Others

3  

Sadhucharan Khamari

Others

ସ୍ୱାର୍ଥ ପାଇଁ

ସ୍ୱାର୍ଥ ପାଇଁ

1 min
178

ବନ୍ଧୁ ତୁମେ ବନ୍ଧୁତ୍ୱର ମହତ୍ୱ ଜାଣିନ

କୃଷ୍ଣ ଆଉ ସୁଦାମାର ମିତ୍ରତାକୁ ବୁଝିନ,

ତାଙ୍କ ବନ୍ଧୁତାରେ ନଥିଲା ସ୍ୱାର୍ଥ,

ନଥିଲା ଧନୀ, ଗରିବର ପାର୍ଥକ୍ୟ

ଖୁଦ ମୁଠାଏ ଥିଲା, ସେ ବନ୍ଧୁତାର ଅମୁଲ୍ୟ ସମ୍ପଦ

ସଖା ପାଇଁ ରାଜ ଦାଣ୍ଡରେ ଖାଲି ପାଦରେ ଧାଇଁଥିଲେ ଶ୍ରୀକୃଷ୍ଣ l


ବନ୍ଧୁ ତୁମେ କର୍ଣ୍ଣ ଆଉ ଦୁର୍ଯ୍ୟୋଧନର ମିତ୍ରତାକୁ ଶୁଣିନ,

ମହାଭାରତ ଯୁଦ୍ଧରେ ରକ୍ତ ଅପେକ୍ଷା ବନ୍ଧୁତାକୁ ଆପଣେଇ ନେଇଥିଲେ ଦାନବୀର କର୍ଣ୍ଣ ,

ବନ୍ଧୁ ପାଇଁ ଧର୍ମ ଛାଡି ଅଧର୍ମକୁ ଶ୍ରେୟ ମନେ କଲେ

ବନ୍ଧୁତ୍ୱ ପାଇଁ ନିଜ ଜୀବନକୁ ବିସର୍ଜନ କରିଦେଲେ l


ତୁମ ବନ୍ଧୁତ୍ୱ ମୋ ପାଇଁ ରାଜା ଦ୍ରୋପଦଙ୍କ ପରି

ଗର୍ବ, ଅହଂକାର, ଧନରେ ଅନ୍ଧ ହୋଇ ଦ୍ରୋପଦ ସେଦିନ ରାଜ ସଭାରେ ଅପମାନିତ କରିଥିଲେ ଦ୍ରୋଣଙ୍କୁ,

ତୁମେ ଆଜି ନିଜ ସ୍ୱାର୍ଥ ପାଇଁ ଅପମାନିତ କଲ ମୋତେ,

ଧନୀ, ଦରିଦ୍ରର ପାର୍ଥକ୍ୟ ବୁଝେଇ ଦେଲ ସତେ l


ବନ୍ଧୁତାର ମିଛ ମରୀଚିକାରେ ଧାଇଁବାକୁ ବାଧ୍ୟ କରିଥିଲ ତମେ,

ମୁଁ ଧାଇଁଥିଲି ବିନା ଦ୍ବିଧାରେ,

ତୁମେ ପାଦରେ ଆଡେଇ ଦେଇ ଚାଲିଗଲ ଆଗକୁ,

ମୁଁ ପଛରେ ରହିଗଲି,

ମୋତେ କେବଳ ମିଳିଲା ନିରାଶା, ଛଳନା, ପ୍ରବଞ୍ଚନା,

ତୁମ ପାଇଁ "ବନ୍ଧୁତା" ନୁହଁ, ସ୍ୱାର୍ଥ ହିଁ ବଡ଼,

ସ୍ୱାର୍ଥ ପାଇଁ ବନ୍ଧୁତାକୁ ମାରିଦେଇ ପାର,

ମାରିଦେଇ ପାର l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍