STORYMIRROR

Sadhucharan Khamari

Romance

2  

Sadhucharan Khamari

Romance

ଶାଶ୍ୱତ ପ୍ରେମର ରଙ୍ଗ

ଶାଶ୍ୱତ ପ୍ରେମର ରଙ୍ଗ

1 min
276

ରୋମାଂଚିତ ମନେ, ପ୍ରଥମ ଯୌବନେ,

ଆଙ୍କି ଦେଲି ଛବିଟିଏ,

ଛବି ନୁହେଁ ସେତ ପ୍ରେମର ପ୍ରତୀକ

କବିର କବିତା ଟିଏ


କବିର କବିତା ହୋଇ ତୋର ପ୍ରେମ

ହୃଦୟେ ପଡଇ ଝରି,

ଝରି ଝରି ସେତ ସୃଷ୍ଟି କଲା ଦିନେ

ଚିର ପ୍ରବାହିତ ନିର୍ଝରି


ସ୍ୱଚ୍ଛ, ଧବଳ ବର୍ଣ୍ଣେ ସେ ନିର୍ଝରି

ପ୍ରେମୀର ହୃଦୟ ପରି,

ବହୁଥାଏ ହୃଦେ କୋଣ ଅନୁକୋଣେ

ଶୀତଳତା ଦିଏ ଭରି


ଶୀତଳତା ଭରା ହୃଦୟେ ମୋହର

ଅଛ ରହି ତୁମେ ଜାଣ,

ରହି ଅଛ ବୋଲି ପ୍ରିୟତମା ତମେ

ପିଣ୍ଡେ ରହି ଅଛି ପ୍ରାଣ


ସେ ପିଣ୍ଡ ପ୍ରାଣର ପ୍ରତି କେନ୍ଦ୍ରବିନ୍ଦୁ

ଉତ୍ସର୍ଗ ତୁମରି ଆଗେ,

ତୁମ ସପନରେ ଧାବମାନ ହୁଏ

ଇନ୍ଦ୍ରିୟ ମୋ ଅନୁରାଗେ


ଅନୁରାଗ ଭରା ଇନ୍ଦ୍ରିୟ ମୋହରି

ତୋଳି ଧରିବାକୁ ତୋତେ,

ଗୋପନ କଥାକୁ କହୁଛି ଶଵଦେ

ଭୁଲିବନି ଜମା ମୋତେ


ଭୁଲିଗଲେ ପ୍ରେମ ହବନି ଶାଶ୍ୱତ

ଲାଗିବନି ପ୍ରେମ ରଙ୍ଗ,

ପ୍ରେମ ରଙ୍ଗ ବିନା, ପ୍ରେମର ମୂରତି

ନହୁଏ କେବେ ଜୀବନ୍ତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance