STORYMIRROR

Sadhucharan Khamari

Abstract

2  

Sadhucharan Khamari

Abstract

ପ୍ରଥମ ପ୍ରେମର ରଙ୍ଗ

ପ୍ରଥମ ପ୍ରେମର ରଙ୍ଗ

1 min
208

ଆଦ୍ୟା ଯୌବନରେ ପାଦ ଦେଉ ଦେଉ

ପ୍ରଥମ ପ୍ରେମର ରଙ୍ଗ ଲାଗିଲା,

ଶ୍ରାବଣର ବର୍ଷା ନୁହେଁ,

ତା' ଭଲ ପାଇବା ମୋତେ ଭିଜେଇ ଦେଲା,

ମୁକ୍ତ ଆକାଶର ବିହଙ୍ଗ ଥିଲି

ନଥିଲା ପ୍ରେମର ଫାସ,

ନଥିଲା ମନ ଲୋଭା ପିଞ୍ଜରା,

ନଥିଲା ପୁଣି କାହା ପ୍ରତି ଆକର୍ଷଣ,

ଏବେ କିନ୍ତୁ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରେ ନିଜ ଭିତରେ

ହୃଦୟର କୋମଳତା,

ମନର ବିଚଳତା,

ଆଖିର ଚଞ୍ଚଳତା,

ବାକ୍ ଯନ୍ତ୍ରର ବିନା ସହାୟତାରେ ସବୁ କିଛି ପ୍ରକାଶ ପାଇଲା 


ପରିବର୍ତ୍ତନର ଧାରା ଚାଲି ରହିଲା

ମରୁଭୂମିରେ ବି ନିର୍ଝରିଣୀ ପ୍ରବାହିତ ହେଲା,

ମଳୟ ପବନ

କୋଇଲିର ମିଠା ସ୍ୱର

ଗଙ୍ଗଶିଉଳିର ବାସ୍ନା

ଝରଣାର କୁଳୁ କୁଳୁ ନାଦ

ମନକୁ ମୋର ରୋମାଂଚିତ କଲା,

ଯେବେ ପ୍ରଥମ ପ୍ରେମର ରଙ୍ଗ ଲାଗିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract