STORYMIRROR

Ayushman Tripathy

Drama Classics Inspirational

3  

Ayushman Tripathy

Drama Classics Inspirational

ସେ ଜଗନ୍ନାଥ

ସେ ଜଗନ୍ନାଥ

1 min
79

କଦମ୍ବ ପାଦପର ଚୁଳେ 

ଯମୁନା ତଟିନୀର କୂଳେ 

ସେ ଗୋରୁ ପ୍ରାଣୀ ଙ୍କର ମେଳେ 

ନୀଳାମ୍ଭୁ ଗଗନର ତଳେ।

କୋଇଲି ପିକର ସୁତାନେ 

ମଳୟ ଅନୀଳ ଗୁଞ୍ଜନେ

ଶୀତଳ ଆଭା ସେ ନୟନେ

ପ୍ରେମର ଅଙ୍ଗିକାର ମନେ।

ମୁରଲୀ ରଖି ସେ ଅଧରେ

ମଧୁର ମାଦଳ ଭରେରେ

ଶାନ୍ତି ର ବାର୍ତ୍ତା ପ୍ରେରେରେ

ବୃନ୍ଦାବନେ ସେ ରହେରେ।

ଚନ୍ଦନ ଚର୍ଚ୍ଚିତ ଅଟେସେ

ରାଧାଙ୍କ ମନର ପ୍ରେମ ସେ

ଦ୍ବାପର ଯୁଗର କୃଷ୍ଣ ସେ

ପୀତବସନ ଗୋପାଳ ସେ।

ଅଧର୍ମୀ ପାଇଁ ସେ ସଂହାର

ଧର୍ମର ସିଏ ନବହାର

ମିଥ୍ୟା ପାଇଁ ସେ ଚକ୍ରଧର

ସତ୍ୟର ସେ ମୁରଲୀଧର।

ସମସ୍ତ ବ୍ରହ୍ମାଣ୍ଡର ନାଥ

କଳିଯୁଗ ର ମହାନାଥ

ଧର୍ମ କର୍ମ ପୁଣ୍ୟର ନାଥ

ଅଟନ୍ତି ସେ ଜଗତନାଥ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama